ସ୍କଟଲାଣ୍ଡରେ ପିଏଚଡି କରିବାକୁ ରିଷିଡାର ପରେଶ ରଣା ମନୋନୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଯୁକ୍ତରାଜ୍ୟ (ୟୁ.କେ) ସ୍ଥିତ ସ୍କଟଲାଣ୍ଡର ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବାକୁ ପରେଶ କୁମାର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରଣା ଓ ଶିକ୍ଷୟତ୍ରୀ ସ୍ୱର୍ଗତା ଜୟନ୍ତୀ ପଣ୍ଡାଙ୍କ ପୁତ୍ର ପରେଶ ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ କୋଷ ବିଜ୍ଞାନ ଉପରେ ପିଏଚଡିରଜ ଅଧ୍ୟୟନ କରିବେ। ଏଥିସହିତ “ଡାରୱିନ ଟ୍ରଷ୍ଟ ଅଫ ଇଡିନବର୍ଗ ସ୍କୋଲାରସିପ୍‌” ପାଇବା ପାଇଁ ମଧ୍ୟ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛୋଟବେଳୁ ମେଧାବୀ ଥିବା ପରେଶ ପ୍ରାଥମିକ ଶିକ୍ଷା ରିଷିଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରିଥିବା ବେଳେ ପରବର୍ତ୍ତୀ ଶିକ୍ଷା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ ପାଟଣାଗଡ, ବିଦ୍ୟାସାଗର ଏକାଡେମୀ ବରଗଡ, ଓ.ଡି.ଏମ ପବ୍ଲିକ ସ୍କୁଲ ଭୁବନେଶ୍ୱରରେ କରିସାରିବା ପରେ କୋଲକାତା ସ୍ଥିତ ‘ଆଇଜର’ ରେ ବି.ଏସ.ସି ଓ ଏମ.ଏସ.ସି ଶିକ୍ଷାଲାଭ କରିଥିଲେ। ଆଇଜରରେ ଅଧ୍ୟନରତ ଥିବାବେଳେ ‘କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା’ ରେ ସର୍ବଭାରତୀୟ ସ୍ତରରେ ୩୩ ନମ୍ବର ର‌୍ୟାଙ୍କ ହାସଲ କରିଥିଲେ। ଏଥିସହିତ ଆଇ.ଜି.ଇ.ଏମ(୨୦୧୮) ପ୍ରୋଗ୍ରାମ ର ଇନଟରନ୍ୟାସନାଲ ସେନ୍‌ଥେଟିକ ବାୟୋଲୋଜି କମ୍ପିଟିସନ (ପ୍ରୋଜେକ୍ଟ- ବେକମ୍ୟାନ)ରେ ଆଇଜର କୋଲକାତା ଟିମର ନେତୃତ୍ୱ ନେଇ ସ୍ୱର୍ଣପଦକ ହାସଲ କରିଥିଲେ। ଏଇ ପ୍ରୋଗ୍ରାମରେ ବିଶ୍ୱର ପ୍ରାୟ ଦେଢଶହରୁ ଅଧିକ ଦେଶର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେ ନିଜ କୃତିତ୍ୱ ପାଇଁ ମଣିପାଳ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟି ମୁମ୍ବାଇ, ସିସିଏମବି ଆଣ୍ଡ ସିଡିଏଫଡି ହାଇଦ୍ରାବାଦରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ଏଇ କୃତିତ୍ୱ ପାଇଁ ରିଷିଡା ଅଂଚଳର ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.