ରାଧା ପ୍ରେମ ଲୀଳା ନାଟକ ମଞ୍ଚସ୍ଥ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ‘ରାଧା ପ୍ରେମ ଲୀଳା’ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା। ବର୍ତ୍ତମାନ ଆଧୁନିକ ଯୁଗ ସ୍ପର୍ଶରେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ବିଲୁପ୍ତ ହେବାକୁ ଯାଉଛି। ଏହି ସମୟରେ ବିଲୁପ୍ତ ପ୍ରାୟ ପ୍ରସିଦ୍ଧ ଲୋକ ନାଟକ ଗୁଡିକ ମଧ୍ୟରେ ରାଧା ପ୍ରେମ ଲୀଳାର ବିଲୋପ ଘଟିବାକୁ ଯାଉଥିବା ବେଳେ କନ୍ଧମାଳର ମାଆ ପାଟଖଣ୍ଡା ଲୋକ ନାଟକ ସଂଘ ବାଲିଗୁଡା ତରଫରୁ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ଅନୁଷ୍ଠାନର ଶିଶୁ କଳାକାର ମାନଙ୍କୁ ନେଇ କନ୍ଧମାଳରେ ପ୍ରଥମଥର ପାଇଁ ଏହି ସଂଘ ତରଫରୁ ନାଟକ ମଞ୍ଚସ୍ଥ ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାଲିଗୁଡା ବାସୀ ଖୁସି ପ୍ରକଟ କରିଛନ୍ତି। ଅନୁଷ୍ଠାନର ସଭାପତି ଲଳିତ ପାତ୍ର, ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର, ଯୁଧିଷ୍ଠିର ପାତ୍ର, ପୁରସ୍ତମ ପାତ୍ର, ପୁରସ୍ତମ ନାୟକ, ବିଜୟ ଅମାୟତଙ୍କ ନେତୃତ୍ୱରେ ବାଲିଗୁଡା ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଆଗାମୀ ଦୁର୍ଗାପୂଜାରେ ନାଟକ ମଞ୍ଚସ୍ଥର ଶୁଭାରମ୍ଭ ହେବାକୁ ମଧ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପୋଡାମାରି ଅଂଚଳର ଅଭିମନ୍ୟୁ ବେହେରା ଏହି ନାଟକ ର ସମ୍ପୂର୍ଣ୍ଣ ନିର୍ଦେଶନା ଦାୟିତ୍ୱ ନେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.