ମାଣ୍ଡେଲ ନିକଟରେ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗାଁ ଶେଷ ମୁଣ୍ଡ ଦହଲ ରାସ୍ତା ବୁଲାଣି ନିକଟରେ ଅସୁରଗଡ ଗ୍ରାମର ଦୁଇ ବାଇକ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇ ପଡିଛନ୍ତି । ଖବର ନେବାରୁ ଜଣାପଡିଛି ଯେ, ଅସୁରଗଡ ଗ୍ରାମର ଦୁଇଜଣ ଯୁବକ ସାକ୍ଷାତମ୍ ମହାନନ୍ଦ(୨୧) ଓ ହରିଶ ମହାନନ୍ଦ(୧୯) କିଛି ସାମଗ୍ରୀ ନେବାପାଇଁ ସଂଧ୍ୟା ୫ ଘଣ୍ଟା ସମୟରେ ଗାଁରୁ ନର୍ଲାକୁ ଆସୁଥିଲେ । ମାଣ୍ଡେଲ ଗ୍ରାମକୁ ପହଞ୍ଚିବା ପୂର୍ବରୁ ଦହଲ ରାସ୍ତା ନିକଟସ୍ଥ ବୁଲାଣି ଠାରେ ବାଇକ କ୍ଷୀପ୍ରଗତି ଯୋଗୁଁ ଭାରସାମ୍ୟ ହରାଇ ଗଭୀର ଧାନ ବିଲ ମଧ୍ୟକୁ ଛିଟିକି ପଡିଥିବା ପ୍ରତ୍ୟକ୍ଷଦର୍ଶିଙ୍କ ଠାରୁ ଜଣା ପଡିଛି । ସେମାନଙ୍କୁ ତୁରନ୍ତ ନର୍ଲା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ବାଇକ ଚାଳକ ସାକ୍ଷାତମ୍ ଅତି ଗୁରୁତର ହୋଇପଡିଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା କାରଣରୁ ତାଙ୍କ ନାକ ଓ ପାଟି ପଟେ ରକ୍ତ ବାହାରୁଥିବାରୁ ଏହାକୁ ଅତି ଗୁରୁତର କେସ କହି ନର୍ଲା ଡାକ୍ତର ଭବାନୀପାଟଣା ସଦର ମହକୁମା ଡାକ୍ତରଖାନାକୁ ରେଫର କରିଥିବା ଜଣାପଡିଛି । ଅନ୍ୟପକ୍ଷେ ବାଇକ ପଛପଟେ ବସିଥିବା ହରିଶଙ୍କୁ ମଧ୍ୟ ମୁଣ୍ଡରେ ଆଘାତ ଲାଗିଛି । ହେଲେ ନର୍ଲା ଡାକ୍ତଖାନାରେ ତାଙ୍କ ମୁଣ୍ଡରେ ହୋଇଥିବା କ୍ଷତକୁ ସିଲେଇ କରି ଔଷଧ ଦେଇଛନ୍ତ ନର୍ଲା ଡାକ୍ତର । ଏବଂ ହରିଶ ସେତେ ଗୁରୁତର ନଥିବା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.