କବିତା: ଗୁରୁ ନୁହନ୍ତି ତୁଠ ପଥର

✍🏼ଜ୍ୟୋତ୍ସ୍ନାରାଣୀ ଧଙ୍ଗଡାମାଝୀ

ଗୁରୁ ନୁହନ୍ତି ତୁଠ ପଥର
ପାଦ ତୁ ଯାଇ ଘସିବୁ
ସେ (ଗୁରୁ) ଅଟନ୍ତି ପରଷ ମଣିରେ
ଛୁଇଁ ଦେଲେ ବଦଳିଯିବୁ ।

ଗୁରୁ ଅଟନ୍ତି କରୁଣା ମୟ
ଜ୍ଞାନର ଅତଳ ସାଗର
ସେଥିରୁ ଟିକିଏ ପାଇଗଲେ
ତୁ ଜିତି ଜିବୁ ସାରା ସଂସାର ।

ଗୁରୁଙ୍କର ମାର୍ଗ ଦରସନେ
ତୁ ପଥିକ ହୋଇ ଚାଲିବୁ
ସମସ୍ତଙ୍କର ଉର୍ଦ୍ଧରେ ରହି
ବିଶ୍ବର ବିଜୟ ଟିକା ନାଇବୁ ।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ଦେବ ମହେଶ୍ୱର
ଏହି ତିନି ଗୁରୁକୁ ନୀତି ପୂଜିବୁ
ଅଜ୍ଞାନରୁ ହୋଇବୁ ପାର ।

ପ୍ରଥମ ଗୁରୁ ଯେ ପିତା ମାତା ଆଟେ
ଦ୍ୱିତୀୟରେ ଶିକ୍ଷା ଗୁରୁଟି ଜାଣ
ତୃତୀୟରେ ଦୀକ୍ଷାଗୁରୁ ପୂଜ
ଏ ସମସ୍ତଙ୍କର ପୟରେ କୋଟି ପ୍ରଣାମ ।

ଶିକ୍ଷୟତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଣ୍ଡେଲ, ନର୍ଲା, କଳାହାଣ୍ଡି
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.