କ. ନୂଆଗାଁ ବ୍ଲକର ନବ ନିର୍ବାଚିତ ସରପଞ୍ଚଙ୍କ ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ମହାସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ନବ ନିର୍ବାଚିତ ସମସ୍ତ ସରପଞ୍ଚଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ.ନୂଆଗାଁ ଅଞ୍ଚଳରେ ଥିବା ୧୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ। ଏହି ଅବସରରେ ସେମାନେ ଗ୍ରାମରେ କିଭଳି ଭାବେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯିବା ସେ ନେଇ ଆଲୋଚନା କରିଥିଲେ। ଏହl ସହ ଭୂମିହିନଙ୍କୁ ଜମି ଯୋଗାଇବା ଓ ଆବାସ ଯୋଜନାରେ ବାସ ଗୃହ ଯୋଗାଇବା ସମସ୍ତ ସରପଞ୍ଚଙ୍କ କର୍ତ୍ତ୍ୟବ୍ୟ ବୋଲି କୁଡୁତୁଳି ପଞ୍ଚାୟତ ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାସିଙ୍ଗି ସରପଞ୍ଚ ରଞ୍ଜିତ କୁମାର ମଲିକ, ଆଡ଼ିମାହା ସରପଞ୍ଚ ଶାନ୍ତି ମଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲିକ, ସାରଙ୍ଗଡ ସରପଞ୍ଚ ବରୁଣ ପ୍ରଧାନ, ସରପଞ୍ଚ ସଂଜୟ ପ୍ରଧାନ, ସାଇନପଡ଼ା ସରପଞ୍ଚ ଚମ୍ପିଲତା କହଁର, ଲେତିଙ୍ଗୀଆ ସରପଞ୍ଚ କୁନାଲ ପ୍ରଧାନ, ନରତ୍ତମ ପ୍ରଧାନ, ଭାଗ୍ୟବତୀ ପ୍ରଧାନ, ମନୀଷା ପ୍ରଧାନ, ରାଜ କୁମାରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.