କୋଶଳ ପ୍ରଦେଶ ଗଠନ ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା: ନର୍ଲାରେ ସ୍ବଭାବିକ ଜୀବନଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ନେଇ ଆଜି ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି । ତାହାକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । କେସିଙ୍ଗା, ଭବାନୀପାଟଣା, ଧର୍ମଗଡ ଭଳି ସହର ଗୁଡିକରେ ବନ୍ଦର ପ୍ରଭାବ ପଡିଥିବା ବେଳେ ନର୍ଲାରେ ଏହା ପ୍ରଭାବ ଶୂନ୍ୟ ରହିଥିବା ଦେଖିବାକୁ ମିଳୁଛି । ନର୍ଲାର ଗୋଟିଏ ଦୁଇଗୋଟି ବ୍ୟାଙ୍କ ଓ ଦୁଇ ତିନିଗୋଟି ସ୍କୁଲ ବନ୍ଦ ରହିଥିବା ବେଳେ ବାକି ସମସ୍ତ ଦୋକାନ, ବଜାର, ସରକାରୀ ଅଫିସ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ଖୋଲା ରହିବା ସହିତ ସ୍ଵାଭାବିକ ଭାବରେ ଚାଲୁଥିବା ଦେଖିବାକୁ ମିଳୁଛି । କେବଳ ନର୍ଲା ସହର ବୋଲି ନୁହଁ । ନର୍ଲାରୋଡ଼, ରୁପ୍ରାରୋଡ଼ରେ ମଧ୍ୟ ଏହି ବନ୍ଦ ର ପ୍ରଭାବ ପଡିନଥିଲା । ତେଣୁ ପ୍ରତିଦିନ ପରି ଆଜିର ଜୀବନଯାତ୍ରା ସ୍ବଭାବିକ ଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.