ଅନର କିଲିଂ: ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସମେତ ୭ ଜଣକୁ କୋର୍ଟ ଚାଲାଣ, ୬ ଜଣକୁ ପଚରା ଉଚରା ଜାରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରେମ କରିବା ମହଙ୍ଗା ପଡିଲା ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା । ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡା ବସ୍ତିର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ । ଯୁବତୀ ଜଣକ କଲେଜ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା ଯୁବକ ଶୁକଦେବଙ୍କର । ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କୁଆଡେ ଯୁବତୀଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ । ଏତିକିବେଳ ଝିଅର ବାପା ଶୁକଦେବଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ । ସାହି ପଡିଶାକୁ ଖବର ଦେଇ ଶୁକଦେବଙ୍କୁ ଟାଣି ଆଣି ପିଟାପିଟି କରିଥିଲେ । ଘଟଣା ସ୍ଥଳରେ ଶୁକଦେବଙ୍କ ଜୀବନ ଚାଲି ଯାଇଥିଲା । ଏକ ଜରି ବସ୍ତାରେ ବାନ୍ଧି ଶୁକଦେବଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଶୁକଦେବ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ । ପୋଲିସ ତଦନ୍ତ ବେଳେ ଶୁକଦେବଙ୍କୁ ହତ୍ୟା ସୁରାକ ପାଇଥିଲା । ଏହା ପରେ ଜଙ୍ଗଲରୁ ଶୁକଦେବଙ୍କ ଗଳିତ ଶବକୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ବୁଧବାର ଦିନ ଉକ୍ତ ହତ୍ୟାରେ ସମ୍ପୃକ୍ତ ଝିଅର ବାପା ଦୁଃଶାସନ ମଲିକ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦିପ ସେଠିଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତଙ୍କ ଘର ପଟୁକିପାଲି ତଳପଡା ଗ୍ରାମର ବୋଲି ପୁଲିସ ପ୍ରକାଶ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.