ପୁରୀ ଜିଲ୍ଲା ସ୍କୁଲରେ ଚିତା ପୁନର୍ବାସ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୀ: ପୁରୀ ଜିଲ୍ଲା ସ୍କୁଲରେ ଚିତା ପୁନର୍ବାସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୨୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚିତା ପୁନର୍ବାସ ସମ୍ପର୍କରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ (ଏନଏମଏନଏଚ) ଓ ଏହାର ଆଞ୍ଚଳିକ କେନ୍ଦ୍ରଗୁଡିକ ଚଳିତ ମାସରେ ଦେଶର ବିଭିନ୍ନ ରାଜ୍ୟରେ ଅଫଲାଇନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଭାରତରୁ ବିଲୁପ୍ତ ଏହି ପ୍ରଜାତିର ପୁନର୍ବାସନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମନରେ କୌତୁହଳ ଓ ସଚେତନତା ସୃଷ୍ଟି ପାଇଁ ଏନଏମଏନଏଚର ରିସୋର୍ସ ପର୍ସନମାନେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟଙ୍କ ଅଧୀନସ୍ଥ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ମୁଖ୍ୟାଳୟ ଦିଲ୍ଲୀ ଏବଂ ମହୀଶୂର, ଭୁବନେଶ୍ୱର, ଭୋପାଳ ଓ ସୱାଇ ମାଧୋପୁରରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.