ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ଯବାଦୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଯୁବକ ସଂଘ ଓ ସତ୍ଯବାଦୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିର ଶିବିରରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଂଜିତ କୁମାର ରଥ, କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନ, ଯୁବନେତା କୃତିବାସ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ସୁକେଶ କର୍ଣ୍ଣ, ସୁବ୍ରତ କଲତା, ଭେଙ୍କଟେଶ ମହାକୁର, ଜୀବନ ପ୍ରଧାନ, ସୁଜିତ ସାହୁ, ରୁପେନ ପ୍ରଧାନ, ଦିନେଶ ପ୍ରଧାନ, ଡୁଲେଶ୍ୱର ପ୍ରଧାନ, ତୁଷାର ମହାକୁର, ପ୍ରାଣବନ୍ଧୁ ପ୍ରଧାନ ପ୍ରମୁଖଙ୍କ ସମେତ ସର୍ବମୋଟ ୨୬ ଜଣ ରକ୍ତଦାନ କରିଥିଲେ । ସୋନପୁର ରକ୍ତ ଭଣ୍ଡାର କର୍ମଚାରୀ ଡ. ମନୋରଞ୍ଜନ ପଣ୍ତା, ଟିଟୁ ଭୋଇ, ଜଗତ ଦରୱାନ, ଯୁଧିଷ୍ଠିର ନାୟକ ରକ୍ତ ସଂଗ୍ରହ କରିଥିଲେ । ଶିବିର ପରିଚାଳନାରେ ଶାନ୍ତାନୁ ପ୍ରଧାନ, କରୁଣା କର୍ମୀ, ପ୍ରକାଶ ମହାକୁର, ସାନୁଜ ପ୍ରଧାନ, ସୁଧାଂଶୁ ମେଣ୍ତିଲି, ଲୋକେଶ ପ୍ରଧାନ, ମୁନା ମହାକୁର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ଯ ରକ୍ତଦାତା ସଂଘର ସଦସ୍ଯ ମନୋଜ ପଣ୍ଡା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।