ରାଷ୍ଟ୍ରୀୟ ଦଳ ଗଢିବେ ତେଲେଙ୍ଗାନା ମୂଖ୍ୟମନ୍ତ୍ରୀ!

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ ନେତା ରବିବାର ଏକତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି । ଏହା ପରେ ରାଜନୈତିକ ପ୍ରସଙ୍ଗ ନେଇ ତିନି ଘଣ୍ଟା ପର୍ଯ୍ୟନ୍ତ ଚର୍ଚ୍ଚା କରିଛନ୍ତି । ବୈଠକ ପରେ କୁମାରସ୍ୱାମୀ, କେସିଆରଙ୍କ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । ଉଭୟ ନେତାଙ୍କ ହିସାବରେ ବର୍ତ୍ତମାନ ସାମାଜିକ ଏବଂ ଆର୍ଥିକ ପରିସ୍ଥିିତିକୁ ଦେଖିଲେ ଅନୁକୁଳ ଗତିଶୀଳ ଶାସନର ଆବଶ୍ୟକତା ରହିଛି । ରୁଢ଼ିବାଦୀ ରାଜନୀତି ଦ୍ୱାରା ଜନତା ଚିନ୍ତିତ । ଦେଶରେ ବୈକଳ୍ପିକ ରାଜନୀତିର ଆବଶ୍ୟକତା ଅଛି ବୋଲି ସେମାନେ କହିଛନ୍ତି । ଉଭୟ ନେତା ବିଭିନ୍ନ ରାଜ୍ୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶଗୁଡ଼ିକରେ ଚାଲିଥିବା ରାଜନୈତିକ ଉନ୍ନତି ଓ ଗ୍ରହଣ କରାଯାଉଥିବା ନୀତି ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ରାଷ୍ଟ୍ରୀୟ ପାର୍ଟିର ଗଠନ ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀଙ୍କ ସହିତ ଚର୍ଚ୍ଚା ଏବଂ ସାଧାରଣ ସହମତି ଉପରେ ପହଂଚିବା ପରେ ହେବ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ଯେ, କେସିଆର ହେଉଛନ୍ତି ଜଣେ ବଡ଼ ଅଭିଜ୍ଞ । ତେଲେଙ୍ଗାନାର ଲୋକଙ୍କ ଆକାଂକ୍ଷା ପୂରା କରି ପ୍ରଗତି ପଥରେ ନେତୃତ୍ୱ ନେଇଥିବା କେସିଆରଙ୍କୁ ଦେଶର ରାଜନୀତିରେ ସକ୍ରିୟ ଭୂମିକା ତୁଲାଇବାର ଆବଶ୍ୟକତା ରହିଛି । ଏହି ଖବରକୁ ସେ ସ୍ୱାଗତ ମଧ୍ୟ କରିଛନ୍ତି ଯେ, କେସିଆର ଖୁବ ଶୀଘ୍ର ଏକ ରାଷ୍ଟ୍ରୀୟ ପାର୍ଟି ଘୋଷଣା କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.