ଦିବଂଗତ ଯୁବ କଳାକାର ପ୍ରମୋଦ ଧିବରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ଅଂଚଳର ଯୁବ କଳାକାର ପ୍ରମୋଦ ଧିବରଙ୍କ ଆକସ୍ମିକ ପରଲୋକରେ ଅଂଚଳର ସଂସ୍କୃତିପ୍ରେମୀ ଓ କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ଠାରେ ସ୍ୱର୍ଗତ ପ୍ରମୋଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । କଳା ପରିଷଦର ସଭାପତି ତ୍ରିନାଥ ମେହେରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ରାଜନୈତିଜ୍ଞ ସୁବ୍ରତ ଠାକୁର, ଅଧ୍ଯାପକ ନବୀନ ଚଂଦ୍ର ମେହେର, ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର, ହାଇସ୍କୁଲ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ, ଗାୟତ୍ରୀ ପ୍ରଜ୍ଞାପୀଠ ସଂପାଦକ ତରୁଣ କୁମାର ମେହେର, ଜଗନ୍ନାଥ ମନ୍ଦିର କମିଟିର ସହସଂପାଦକ ରୂପେଶ ଚଂଦ୍ର ମେହେର, କଳାକାର ସନ୍ତୋଷ ନାଏକ, ମନୋଜ ମହାନନ୍ଦ, ଶିକ୍ଷକ ହରେକୃଷ୍ଣ ମେହେର ପ୍ରମୁଖ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପ୍ରମୋଦ ଧିବରଙ୍କ ନିର୍ମଳ ପ୍ରତିଭା ଏବଂ ଅମାୟିକ ବ୍ଯକ୍ତିତ୍ୱକୁ ମନେ ପକାଇ ଉପସ୍ଥିତ ସମସ୍ତେ ଭାବପ୍ରବଣ ହୋଇ ପଡ଼ିଥିଲେ । ପ୍ରାରମ୍ଭରେ ଯୁବକବି ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ସଭାର ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଗଣେଶ ଛତ୍ରପାଳ, ସାନୁର୍ଯ୍ଯ ମେହେର, ପୁଜା ମେହେର, ପିଙ୍କି ମେହେର(କ), ନମୀତା ମେହେର, ପିଙ୍କି ମେହେର(ଖ), ଡଲି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.