କଳାହାଣ୍ଡି ବାରଙ୍ଗପଲିଆ କୁଳ ମହୋତ୍ସବ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ବାରଙ୍ଗପଲିଆ ପଧାନ ପରିବାରର କୁଳ ମହୋତ୍ସବ ଉପଲଷେ ଏକ ପ୍ରସ୍ତୁତି ବୈଠକ ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବି ବିନୋଦ ବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ରୁପ୍ରାରୋଡର ପୂର୍ବତନ ସରପଞ୍ଚ ହରି ପ୍ରସାଦ ପଧାନ ମାର୍ଗ ଦର୍ଶକ, ପ୍ରଖ୍ୟାତ ଗବେଷକ ଓ ସାହିତ୍ୟିକ ଜଗଦୀଶ ପଧାନ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ କ୍ଷିତିପତି ପଧାନ ସଭାର ଉଦ୍ଧେଶ୍ଯ ଜ୍ଞାପନ କରିଥିଲେ । ଆବାହକ ଗିରିଶ ଚଦ୍ର ପଧାନ ସ୍ବାଗତ ଭାଷଣ, ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ ।

ପଧାନ ପରିବାରର ସାଂଗଠାନିକ ସଭ୍ଯ ଲମ୍ବୋଦର ପଧାନ, ବୃନ୍ଦାବନ ପଧାନ, ପ୍ରଦୀପ ପଧାନ, ଶଙ୍କର ପଧାନ, ଆଦିତ୍ୟ ପଧାନ ପ୍ରମୁଖଙ୍କ ସହ କଳାହାଣ୍ଡି ଜିଲ୍ଲାର ଅନ୍ୟୁନ୍ୟ ୫୦ ଖଣ୍ଡ ଗ୍ରାମରୁ ସଦସ୍ଯମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସଭାର ସିଦ୍ଧାନ୍ତ କ୍ରମେ ଆସନ୍ତା ଅକ୍ଟୋବର ୧୬ ତାରିଖ ଦିନ ରତନପୁର (ଆମପଡା) ଗ୍ରାମରେ କୁଳ ମହୋତ୍ସବ ପାଳନ ପାଇଁ ସ୍ଥାନ ନିରୁପଣ କରାଯାଇଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ବାରଙ୍ଗପଲିଆ ପଧାନ ପରିବାର ଏହି ଉତ୍ସବରେ ଯୋଗଦାନ ଓ ସହଯୋଗ ନିମନ୍ତେ ସଭା ତରଫରୁ ଅନୁରୋଧ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.