ଦିନେସ ମେମୋରିଆଲ କବାଡି ଟୁର୍ଣାମେଣ୍ଟ : ଛେଲିଆମାଲ୍ ଚଂପିୟନ

 

କଳାହାଣ୍ଡି, ୧୮/୧୧:
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଠାରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଦିବାରାତ୍ରୀ ଦିନେସ ମେମୋରିଆଲ କବାଡି ଟୁର୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ବୋରିଆକୁ ହରାଇ ଛେଲିଆମାଲ୍ ଦଳ ଚଂପିୟନ ହୋଇଛି । ରବିବାର ଅପରାହ୍ନ ୨ ଘଣ୍ଟାରୁ ଆରମ୍ଭ ହୋଇଥିବା ମ୍ୟାଚ ରାତି ୯ଟାରେ ସମାପନ ହୋଇଛି ।

ମାଣ୍ଡେଲ ଏକତା ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଟୁର୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି ( ମୁନା ) ଓ ସମ୍ମାନୀତ ଅତିଥି ଭାବେ ମନୋରମା ବାରିକ ଯୋଗଦେଇଥିଲେ । ସଂଦ୍ଧ୍ୟା ଅଧୀବେଷନରେ ଅତିଥି ଭାବେ ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦୁ ସିଂଦେଓ , ନର୍ଲା ବିଜେଡି ସଭାପତି ମନୋହର ନାଏକ , ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ , ମାଣ୍ଡେଲ ବିଜେଡି ସଭାପତି ମାର୍କଣ୍ଡ ଜାଲ ପ୍ରମୂଖ ଯୋଗ ଦେଇଥିଲେ ।

ଉଦ୍ଜାପନୀ ଉତ୍ସବରେ ନର୍ଲାର ଯୁବନେତା ସମୀର ଚାନ୍ଦ (ବିଟୁ) , ପୁସ୍ପେନ୍ଦୁ ସିଂଦେଓ , ନର୍ଲା ଥାନାଧୀକାରୀ ରମଣୀ ରଂଜନ ଦଳେଇ , ସମାଜସେବୀ ବିମଲୁ କେଡିଆ ପ୍ରମୂଖ ଯୋଗଦେଇ ଚଂପିୟନ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଜୁର୍କାଭଟା , ଉତ୍କେଳା , ଜୁନାଗଡ , ଚିଚର୍ଲା , ଛେଲିଆମାଲ୍ , ବୋରିଙ୍ଗପଦର , ବୋରିଆ , ସେଭେନ୍ ଷ୍ଟାର , ମାଣ୍ଡେଲ , ସାନ୍ତପୁର ଆଦି ୧୦ଟି ଦଳ ଯୋଗ ଦେଇଥିଲେ । ଫାଇନାଲର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଛେଲିଆମାଲ୍ ଦଳ ବୋରିଆକୁ ୭-୧ ପଏଣ୍ଟରେ ହରାଇ ଚଂପିୟନ ହୋଇଛି । ବେଷ୍ଟ ପ୍ଲିୟାର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପହ୍ଲବ ବଗର୍ତି , ଷ୍ଟାଇଲିସ୍ ପ୍ଲେୟାର ଭାବେ ସମୀର ନାୟକ , ବେଷ୍ଟ ରେଡର ଭାବେ ଗୁଲସନ ପୁରସ୍କୃତ ହୋଇଥିଲେ ।

ଏହି ଟୁର୍ଣାମେଣ୍ଟ ଆୟୋଜନରେ ଏକତା ଅର୍ଗାନାଇଜେସନ୍ ର ପ୍ରସୂନ କୁମାର ଜାଲ (ରଂଜନ) , ରାହାସ ବାରିକ , ରୁନୁ ଜାଲ , ବିନାୟକ ବାରିକ , ପ୍ରେମ ମାଝୀ , ଶ୍ରୀମନ୍ତ ଜାଲ , ପ୍ରମୂଖ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଟୁର୍ଣାମେଣ୍ଟରେ କ୍ରିଡା ପରିଚାଳନା କରିଥିଲେ ନାରାୟଣ ପଧାନ , କ୍ଷୀତିସ ବଗର୍ତୀ , ବିଭୂତୀ ପଧାନ , ନାରାୟଣ ପଧାନ (ବି) , ବୃଷଭ ବୁଦ୍ଧିଆ , ମାଧବାନନ୍ଦ ପଧାନ ପ୍ରମୂଖ ରାଜ୍ୟ ସ୍ଥରୀୟ ରେଫରୀ ବୃନ୍ଦ । କମେଣ୍ଟ୍ରି କରିଥିଲେ ଶିକ୍ଷାବିତ ଶରତ କୁମାର ଭୋଇ ଓ ଅନିଲ କୁମାର ସାହୁ । ଏହି କବାଡି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.