ମହିଚଳା ଠାରେ ସଡକ ଦୂର୍ଘଟଣା : ୨ ମୃତ, ଜଣକ ଅବସ୍ଥା ସଂକଟାପର୍ଣ୍ଣ 

  • 152
    Shares

ଜୁନାଗଡ/କୋକସରା,୩/୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଚଳା ମଣ୍ଡି ନିକଟରେ ମଙ୍ଗଳବାର ରାତି ବାଇକ ଦୁର୍ଘଟଣାରେ ଘଟଣାସ୍ଥଳରେ ରୋହିତ ସତନାମୀ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ପିଣ୍ଟୁ ସତନାମୀ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ଏହାସହ ଅନ୍ୟଜଣେ ବାଇକ ଆରୋହୀ ହୃଷିକେଶ ସତନାମୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ସୂଚନା ମିଳିଛି । ଏହି ଦୂର୍ଘଟଣାରେ ଆହତ ମାନଙ୍କୁ ପ୍ରଥମେ ଜୁନାଗଡ ଓ ପରେ ଭବାନିପାଟଣା ଜିଲ୍ଲା ମୂଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହୃଷିକେଶଙ୍କ ଅବସ୍ଥା ଗୁରୁତର ରହିଛି । ଜାତୀୟ ରାଜପଥ ୨୬ ଉପରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣା । ମୃତକ ଓ ଆହତ ସମସ୍ତେ କୋକସର ବ୍ଲକ ଅନ୍ତର୍ଗତ ଧନସରା ଗ୍ରାମର ବୋଲି ଜଣାପଡିଛି।

ଜୁନାଗଡ ପ୍ରତିନିଧି ରାକେଶ ବେମାଲ ଓ କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

  • 152
    Shares

2 thoughts on “ମହିଚଳା ଠାରେ ସଡକ ଦୂର୍ଘଟଣା : ୨ ମୃତ, ଜଣକ ଅବସ୍ଥା ସଂକଟାପର୍ଣ୍ଣ 

  1. ଧନ୍ୟବାଦ, ତେବେ ଖବର ସମ୍ପର୍କିତ ମତାମତ ଦେଲେ ଭଲ।

Leave a Reply

Your email address will not be published.