ଖଳିଆକାନି ଗାଁରେ ଅଘଟଣ: ଗ୍ୟାସ ଲିକେଜରୁ ଲାଗିଲା ନିଆଁ,  ଦୁଇ ଘର ଭଷ୍ମିଭୂତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗ୍ୟାସ ଲିକେଜରୁ ନିଆଁ ଲାଗି ଖଳିଆକାନି ଗ୍ରାମର ଦୁଇ ଘର ଭଷ୍ମିଭୁତ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗ୍ରାମର ବିଜୟ ନାଏକଙ୍କ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକେଜ ହେଉଥିବାରୁ ତାଙ୍କ ସ୍ତ୍ରୀ ପଡୋଶୀ ଦିନ ମହାନନ୍ଦଙ୍କୁ ସାହାଯ୍ୟ ମାଗିଥିଲେ ଗ୍ୟାସ ସିଲିଣ୍ଡର ଠିକ କରୁଥିବା ସମୟରେ ହଠାତ ନିଆଁ ଜଳି ଯାଇଥିଲା । ନିଆଁ ଜଳି ଦୁଇ ବଖରା ଘର ଭଷ୍ମିଭୁତ ହୋଇ ଯାଇଥିବା ବେଳେ ଦିନ ମହାନନ୍ଦ ଓ ବିଜୟ ନାଏକଙ୍କ ସ୍ତ୍ରୀ ରଞ୍ଜୁ ନାଏକ ଗୁରୁତର ଆଘାତ ହୋଇଥିଲେ । ଉକ୍ତ ଘଟଣା ବିଷୟରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଖବର ପାଇ ଗୁରୁତର ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ବେଳେ ଅଗ୍ନିସମ ବିଭାଗକୁ ଡକାଇ ନିଆଁକୁ ଆୟତ୍ତ କରିଥିଲେ । ବିଗତ ଦିନରେ ଗୋଲାମୁଣ୍ଡା ବ୍ଳକରେ ଅନେକ ଗ୍ୟାସ ଜନିତ ଦୁର୍ଘଟଣା ଘଟିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ପୁଣି ଏକ ଗ୍ୟାସ ଜନିତ ଦୁର୍ଘଟଣାରୁ ଦୁଇ ଘର ସମ୍ପୂର୍ଣ ପୋଡି ଯାଇଥିବା ବେଳେ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.