ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଲିସର ସୂଚନା ଅନୁସାରେ ଚମ୍ଫାଦେଇପୁର ଗ୍ରାମ ପଞ୍ଚାୟତର ହରିହରପୁର ଗାଁର ଚିରଞ୍ଜିବି କୋଶଲିୟାଙ୍କ ଝିଅ ଦେବକୀ କୋଶଲିୟା ଗତ କାଲି ସନ୍ଧ୍ୟା ଠାରୁ ଘରୁ ବାହାରି ଯାଇଥିଲେ । ଅନେକ ରାତି ହେବା ପରେ ମଧ୍ୟ ଘରକୁ ନଫେରିବାରୁ ଦେବକିର ବାପା ଚିରଞ୍ଜିବି କିଛି ଲୋକଙ୍କ ସହ ଖୋଜିବାକୁ ବାହାରିଥିଲେ । ଆଜି ସକାଳେ ଗାଁ ବାହାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେବକୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ଲାଞ୍ଜିଗଡ ପୁଲିସକୁ ଖବର ଦିଆଯାଇଥିଲା ।

ଲାଞ୍ଜିଗଡ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରି ମୃତଦେହକୁ ଜବତ କରିଥିଲେ । ହେଲେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଏପଟେ ଏହା ଆତ୍ମହତ୍ୟା ନୁହଁ ଏହା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ଦେବକୀଙ୍କ ଭଉଣୀ ସେବତୀ ସେହି ଗାଁର ଯୁବକ କୈଳାସ କୁମାରକୁ ଦୋଷ ବୋଲି କହୁଛନ୍ତି । ପ୍ରତିଦିନ କୈଳାସ ସହ ଦେବକୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହେଉଥିଲା, ଗତକାଲି ମଧ୍ୟ କଥା ହେଉଥିଲା ଓ ଘରୁ ବାହାରି ଥିଲା ଓ ଘରକୁ ଆସିନଥିଲା ସେଥିପାଇଁ ଏହାକୁ କୈଳାସ ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଦେବକୀର ଭଉଣୀ ସେବତୀ । ଏ ସମ୍ପର୍କରେ ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟନନ୍ଦ ପାତ୍ରଙ୍କୁ ପଚାରିବାରୁ ଏହାକୁ ନେଇ ତଦନ୍ତ ଚାଲିଛି ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.