ଖଡ଼ିଆଳ ବସଷ୍ଟାଣ୍ଡରୁ ଉଦ୍ଧାର ହୋଇ ବୃଦ୍ଧାଶ୍ରମ ଗଲେ ଅସହାୟ ମହିଳା

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବସଷ୍ଟାଣ୍ଡରେ ଜଣେ ଅସହାୟ ବୃଦ୍ଧା ଦୀର୍ଘ ୧୦ ଦିନ ଧରି ଅସହାୟ ଅବସ୍ଥାରେ ରହି ଆସୁଥିଲେ । ତାଙ୍କ ବୟସ ୬୦ରୁ ଉର୍ଦ୍ଧ ହେବ । ସେ ଠିକ ଭାବରେ କଥା କହିପାରୁନଥିବାରୁ ତାଙ୍କର ପରିଚୟ ମିଳି ପାରୁନଥିଲା । ଯିଏ ଯାହା ଦେଲେ ସେ ଖାଉଥିଲେ ନଚେତ ସେମିତି ଭୋକ ଉପାସରେ ରହୁଥିଲେ । ତାଙ୍କର ପରିଚୟ ନମିଳିବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ପାଖାପାଖି ଅଞ୍ଚଳର କିମ୍ବା ନୂଆପଡା ଜିଲ୍ଲାର ବୋଲି ଅନୁମାନ କରାଯାଉଛି । ଏହି ଖବର ଜଣାପଡିବା ପରେ କଳାହାଣ୍ଡିର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସଶକ୍ତିକରଣ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଟ୍ୱିଟର ଯୋଗେ ସମସ୍ୟା ବିଷୟରେ ଜଣେଇ ତୁରନ୍ତ ଉକ୍ତ ବୃଦ୍ଧାଙ୍କୁ ଥଇଥାନ କରିବାପାଇଁ ନିବେଦନ କରିଥିଲେ । ସମସ୍ୟା ବିଷୟରେ ଜାଣିବା ଜିଲ୍ଲାପାଳଙ୍କ ନିର୍ଦେଶରେ ସାମାଜିକ ସଶକ୍ତିକରଣ ବିଭାଗ ତରଫରୁ ଉକ୍ତ ବୃଦ୍ଧାଙ୍କୁ ଖଡ଼ିଆଳ ବସଷ୍ଟାଣ୍ଡରୁ ଉଦ୍ଧାର କରି ଏକ ବୃଦ୍ଧାଶ୍ରମରେ ରଖାଯାଇଥିବା ଜିଲ୍ଲାପାଳ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଉତ୍ତର ପାଇବାପରେ ଶ୍ରୀ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସଶକ୍ତିକରଣ ବିଭାଗକୁ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.