ବେଦାନ୍ତ ପକ୍ଷରୁ ଓଡ଼ିଶାରେ ୮୦ ହଜାର କୋଟିର ଏକ ବୃହତ ପୁଞ୍ଜି ନିବେଶ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେକ ଇନ ଓଡ଼ିଶା-୨୦୨୨ ରୋଡସୋରେ ବେଦାନ୍ତ ରିସୋରସେସ ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ । ବେଦାନ୍ତ ଗ୍ରୁପ ଆଜି ପର୍ଯ୍ୟନ୍ତ ଏକ ବୃହତ ପୁଞ୍ଜି ବିନିଯୋଗ କରିଛି, ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା, ଫେରୋକ୍ରମ, ଖଣି, ଓ ମୂଲ୍ୟଯୋଗ କ୍ଷେତ୍ରରେ ଟ.୮୦୦୦୦କୋଟି ନିବେଶ କରିଛି । ଏହି ପୁଞ୍ଜି ବିନିଯୋଗ କରି କଂପାନି ନିଜ କାର୍ଯ୍ୟରୁ ଓଡ଼ିଶାର ଜିଡିପିକୁ ୪% ଯୋଗଦାନ ଦେଇଛି । କଂପାନି ମଧ୍ୟ ୫ ଲକ୍ଷ୍ୟରୁ ଅଧିକ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି କରି ରାଜ୍ୟରେ ଶହ ଶହ ଏମଏସଏମଇ ଗଠନ କରିଛି ।

ଓଡ଼ିଶାର ପ୍ରଗତିରେ ବେଦାନ୍ତର ଅବଦାନ ସଂପର୍କରେ ଅନୀଲ ଅଗ୍ରୱାଲ ଚେୟାରମ୍ୟାନ, ବେଦାନ୍ତ ରିସୋରସେସ୍ କହିଛନ୍ତିଯେ ଆମେ ମେକ ଇନ ଓଡ଼ିଶାର ପଦକ୍ଷେପକୁ ସଫଳ କରିବାରେ ପ୍ରମାଣିତ କରିଛୁ । ଏହା ଭାରତରେ ସବୁଠାରୁ ଏକ ଅନୁକୂଳ ନିବେଶ ଲକ୍ଷ୍ୟସ୍ଥଳ ମଧ୍ୟରେ ରହିଛି ଯାହା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ ସହଜରେ ବ୍ୟବସାୟ କରିବା ଲାଗି ସୁଯୋଗ ଆଣି ଦେଇଛି । ଏକକ ୱିଣ୍ଡୋ କ୍ଲିୟରାନଓ ସିଷ୍ଟମ, ୫ଟି ଫ୍ରେମ ୱାର୍କ ଶୈଳୀ, ଭିତିଭୂମି ପ୍ରକଳ୍ପ ଉପରେ ଧ୍ୟାନ ପ୍ରଦାନ ଇତ୍ୟାଦି ଦ୍ୱାରା ନିବେଶକ ଗୋଷ୍ଠୀଙ୍କ ଓଡ଼ିଶା ଉପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହି କାରଣରୁ ଆମେ ଆଲୁମିନିୟମ, ଫେରୋକ୍ରମ ଓ ଖଣି ବ୍ୟବସାୟର ସଂପ୍ରସାରଣ ପାଇଁ ଟ.୨୫,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଛୁ, ଏହା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ଓ ରାଜସ୍ୱ ବୃଦ୍ଧି ହୋଇଛି । ଆମେ ଝାରସୁଗୁଡ଼ାରେ ବୃହତ ଆଲୁମିନା ପାର୍କ ସ୍ଥାପନ କରିଛୁ ଏହା ଦ୍ୱାରା ଘରୋଇ ଆଲୁମିନିୟମ ଡାଉନଷ୍ଟ୍ରିମ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି । ଝାରସୁଗୁଡ଼ାରେ ଆମର ଏହି ପୁଞ୍ଜି ବିନଯୋଗ ଜିଲ୍ଲାକୁ ବିମାନ ବନ୍ଦର ସହିତ ଯୋଡ଼ିବ ଓ ଏକ ଶିଳ୍ପାଂଚଳ ହବରେ ପରିଣତ କରିବା ଆମକୁ ଗୌରବ ଆଣି ଦେଇଛି । ଦେଶର ଜିଡିପି ବୃଦ୍ଧିରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ବୈଷୟିକ ଜ୍ଞାନ କୌଶଳ ଓ ପ୍ରାକୃତିକ ସଂପଦ କ୍ଷେତ୍ର ବିଶେଷ ଯୋଗଦାନ ଦେଇଛି । ବ୍ୟବସାୟ ବ୍ୟତୀତ ଆମେ ୬୫୦ଟି ନନ୍ଦଘର ପ୍ରତିଷ୍ଠା କରିଛୁ ଯେଉଁଥିରେ ୫ଲକ୍ଷରୁ ଅଧିକ ମହିଳା ଓ ଶିଶୁଙ୍କୁ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସହାୟତା କରୁଛି । ଶହ ଶହ ଗାଁରେ ଆମର ୩୬୦ ଡିଗ୍ରୀ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଜାରୀ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.