ରାୟଗଡା ସହରରେ ସିଲ୍ ହେଲା ବେଆଇନ ଭାବେ ଚାଲିଥିବା ଘରୋଇ କ୍ଳିନିକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ ହେଲା ରାୟଗଡା ସହରରେ ବେଆଇନ ଭାବେ ଚାଲିଥିବା ଏକ ଘରାେଇ କ୍ଳିନିକ । ଶୁକ୍ରବାର ସଂଧ୍ୟାରେ ସହରର ମୁଖ୍ୟ ରାସ୍ତାରେ ଥିବା କାେଲକାତା ମାର୍ଟ ପାର୍ଶ୍ୱରେ ଏକ ଭଡା ଘରେ ଏସ.ସତୀଶ ନାମକ ଜଣେ ଯୁବକ ବିନା ଲାଇସେନ୍ସ ଓ ଅନୁମତିରେ ଚଲାଇଥିବା କ୍ଳିନିକ ଉପରେ ରାୟଗଡା ତହସିଲଦାର ତାପସ ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବରଦାକାନ୍ତ ମିଶ୍ର ଚଢାଉ କରିଥିଲେ । ଚଢାଉ ସମୟରେ ଅଧିକାରୀମାନେ କ୍ଳିନିକ ପରିଚାଳନା ସମ୍ବନ୍ଧୀୟ ନଥିପତ୍ର ଓ ଅନ୍ୟ ପ୍ରମାଣ ପତ୍ର ମାଗିଥିବା ବେଳେ ସତିଶ ସେଗୁଡିକ ଦେଇ ପାରି ନ ଥିବାରୁ ବେଆଇନ ଭାବେ ଚାଲୁଥିବା ଦର୍ଶାଇ ଏହି ବେନାମ କ୍ଳିନିକୁ ସିଲ କରିଛନ୍ତି ।

ତେବେ ବିନା ସ୍ୱାସ୍ଥ୍ୟ ବିଭାଗର ଅନୁମତିରେ ଚାଲୁଥିବା ଏହି କ୍ଳିନିକକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଡାକ୍ତର ଏମ.ଏ.ମଜିଦ ଯାଇ ରୋଗୀମାନଙ୍କୁ ଦେଖୁଥିଲେ କିପରି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଦିନରେ ସହରରେ କ୍ଳିନିକ ଏଷ୍ଟାବ୍ଳିସମେଣ୍ଟ ଏକ୍ଟ ନିୟମ ବିରୁଦ୍ଧରେ ଖୋଲାଯାଇଥିବା ଏଭଳି କ୍ଳିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

ଏହି ଚଢାଉ ବେଳେ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ସମେତ ପୋଲିସ କନେଷ୍ଟବଳମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି ଗୁରୁବାର ମଧ୍ୟ ରାୟଗଡା ଜିଲ୍ଲାର ମୁନିଗୁଡା ସହରରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଏକ ବେଆଇନ କ୍ଳିନିକକୁ ବନ୍ଦ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.