ସୋନପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଉତ୍କଳ ଶିକ୍ଷା ବିଭାଗ ସମିତିର ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର କୃଷି ବିଜ୍ଞାନ ସଭାଗୃହରେ ଉତ୍କଳ ଶିକ୍ଷା ବିଭାଗ ସମିତିର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ ସମାରୋହରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଯୋଗଦେଇ ଉତ୍କଳ ଶିକ୍ଷା ବିଭାଗ ସମିତିର ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳା, ପରିବେଶ ସହ ବିବିଧ ବିଷୟରେ ଆଲୋକପାତ କରିଥିଲେ । ବିଦ୍ଯାଳୟର ପ୍ରତିଷ୍ଠାତା କ୍ଷାରସାଗର ବିଭାରଙ୍କ ଅଧ୍ୟକ୍ଷତାରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ ସମିତି ସଦସ୍ଯ ଅଂଶଗ୍ରହଣ କରିଥିଲେ ।

ସମ୍ମାନନୀୟ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ନାଗ, ବିଜୁପଟ୍ଟନାୟକ ମହାବିଦ୍ୟାଳୟର ଅଧ୍ୟାପକ ମଧୁସୂଦନ ପୁରୋହିତ, ସମାଜସେବୀ ଶିବଶଙ୍କର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କୃତ କରାଯାଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.