ଭିନ୍ନକ୍ଷମ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ତାଲିମ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହବସପୁର ପଂଚାୟତରେ ଭିନ୍ନକ୍ଷମ ମାନଙ୍କ ପାଇଁ ସାଇଟସେଭର ଅନୁଷ୍ଠାନ ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଚାଷୀ ମାନଙ୍କର ଆଜୀବିକାକୁ ସୃଦୃଢ଼ କରିବା, ଛେଳି ପାଳନର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ଓ ଅଞ୍ଚଳରେ ଛେଳି ଚାଷରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଉପରେ ନିୟନ୍ତ୍ରଣ କରିବା ମୁଖ୍ୟ ଉଦେଶ୍ୟ ଥିଲା । ତାରିଣୀ ଦୀପ ଭିନ୍ନକ୍ଷମ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ହାବସପୁର ସରପଞ୍ଚ ବିକାଶ ରଂଜନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଇଟସେଭରରୁ ଇରଫାନ ଅଲ୍ଲୀ ଖାନ, ଅଶୋକ ଶବର, ପ୍ରିୟବ୍ରତ ପାଢ଼ୀ, କରୀସ୍ମା ଦେବୀ, ରତ୍ନାକର ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.