ଧର୍ମଗଡରେ ଯୁବ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଆଜି ସେପ୍ଟେମ୍ବର ୧୭ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବରେ ପାଳନ କରିଛି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି । ଦେଶରେ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଲା । କେକାରୀ ସମସ୍ୟା ସମାଧାନ କରିବାରେ ମୋଦୀ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ବର୍ଷକୁ ଦୁଇ କୋଟି ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ସବୁକିଛି ଭୁଲିଗଲେ ନରେନ୍ଦ୍ର ମୋଦୀ । ତେଣୁ ଆଜି ଭାରତର କୋଟି କୋଟି ଯୁବକ ବେକାରୀ ହୋଇ ବୁଲୁଛନ୍ତି ବୋଲି କହିଛନ୍ତି ଧର୍ମଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଡ଼ାକେ ଲହଜଲ ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ।

ଆଜି ପ୍ରତିକାତ୍ମକ ଭାବେ ପକୁଡ଼ି ଛାଣି, ପ୍ରତିବାଦ କରି ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରିଛି ଯୁବ କଂଗ୍ରେସ । ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ଡାକେଶ୍ବର ଲହଜଲଙ୍କ ନେତୃତ୍ୱରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା,

ବେନୁପାଣି ଦୁର୍ଗା, ପ୍ରେମଲାଲ ସାଗର, ସନ୍ତୋଷ ପାଢ଼ୀ, ଗୋଲୁ ନାଏକ, ଗୁଣ ଶବର, ଲିଙ୍ଗରାଜ ଶବର, ଓମ ଦୀପ, ବିସମ୍ବର ନାଏକ, ରତନ ନାଏକ, ସତ୍ୟନାରାୟଣ ଜାଲ, ପାଟ୍ଟଯୋଶୀ ପଟେଲ ପ୍ରମୁଖଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.