ଓଡିଶା ହକି ଚାମ୍ପିୟନଶିପ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେଲା ଇଷ୍ଟକୋଷ୍ଟ ରେଲୱେ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ହକି ଚାମ୍ପିୟନଶିପର ପଦାର୍ପଣ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଏହି ପୁରୁଷ ସିନିୟର ଚାମ୍ପିୟନଶିପ ଆୟୋଜିତ କରାଯାଇଥିଲା । ସେଲ ଏକାଡେମୀ ୩-୨ ଗୋଲରେ ସୁନ୍ଦରଗଡକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ଚାମ୍ପିୟନଶିପରେ ବିଭିନ୍ନ ଜିଲ୍ଲା, ଏକାଡେମୀ ଓ ଇନଷ୍ଟିଚ୍ୟୁଶସନର ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ସାମିଲ ହୋଇଥିଲେ । ଉଦଯାପନୀ ଦିବସରେ ଶ୍ରେଷ୍ଠ ଗୋଲକିପର ଭାବେ ଦିଲ୍ଲୀପ କୁମାର ସା(ଖୋର୍ଦ୍ଧା), ଶ୍ରେଷ୍ଠ ଡିଫେଣ୍ଡର କେରୋବିନ ଲାକ୍ରା(ସେଲ), ଶ୍ରେଷ୍ଠ ମିଡ ଫିଲ୍ଡର ବିଜୁ ଏକ୍କା ( ସୁନ୍ଦରଗଡ) ଓ ଶ୍ରେଷ୍ଠ ଫରୱାର୍ଡ ଖେଳାଳି ଭାବେ ସୁନୀଲ ଟପ୍ପୋ (ଇଷ୍ଟ କୋଷ୍ଟ ରେଲୱେ)ଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ରୋଶନ କୁଜର ହୋଇଥିଲେ ।ହକି ଆସୋସିଏଶନ ଅଫ ଓଡିଶାର ସଭାପତି ତଥା ହକି ପ୍ରମୋଶନାଲ କାଉନ୍ସିଲର ଚେୟାରମ୍ୟାନ ଦିଲ୍ଲୀପ ତିର୍କି ଖେଳାଳିମାନଙ୍କ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଚାମ୍ପିୟନ ଇଷ୍ଟ କୋଷ୍ଟ ରେଲୱେ ଟିମକୁ ସମ୍ବର୍ଦ୍ଧିତ କରିଥିଲେ । ସେ କିଟ ୟୁନିଭରସିଟିର ଫାଉଣ୍ଡର ତଥା ଏମପି ଅଚ୍ୟୁତ ସାମନ୍ତଙ୍କୁ ସମସ୍ତ ପ୍ରକାରର ସହଯୋଗ ନେଇ ଧନ୍ୟବାନ ଦେଇଥିଲେ । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରାଯିବା ପରେ ରାଜ୍ୟ ହକି କ୍ୟାମ୍ପକୁ ଡକାଯିବ । ଏହା ପରେ ୨୦୨୩ ଜାତୀୟ ଚାମ୍ପିୟନଶିପ ପାଇଁ ଓଡିଶା ଦଳର ଚୟନ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.