ଲାଞ୍ଜିଗଡ଼ରୋଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡପ ଓ ଶିଳ୍ପୀମାନଙ୍କ ଘରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ଵକର୍ମା । ଏହି କ୍ରମରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ପାଳିତ ହୋଇଛି ବିଶ୍ଵକର୍ମା ପୂଜା । ଲାଞ୍ଜିଗଡ଼ରୋଡ଼ ବଜାର ପଡ଼ିଆ ପରିସରରେ ମଧ୍ୟ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହେଉଛି ଦେବଶିଳ୍ପୀଙ୍କ ପୂଜା । ଲାଞ୍ଜିଗଡ଼ରୋଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପୂଜା କାର୍ଯ୍ୟର କର୍ତ୍ତା ଭାବରେ ସଂଘର ସଭାପତି ବସନ୍ତ ରାଉତ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜା ପରିଚାଳନା କମିଟିର ଉପସଭାପତି ଶିବ ରଣା, ସମ୍ପାଦକ ଅଶୋକ ପରିଡ଼ା, ସହ ସମ୍ପାଦକ ଟିକେଦ୍ର ରାୟ, କୋଷାଧ୍ୟକ୍ଷ ସହଦେବ ଗଉଡ଼, ସହ କୋଷାଧ୍ୟକ୍ଷ ନଳିନ ଗହିର, ସଦସ୍ୟ କ୍ଷୀରସିନ୍ଧୁ ନାଗ, ପ୍ରସାନ୍ତ ନାଗ, ମିତ୍ର ରାଉତ, ଫଗୁଣ ଗଉଡ଼, ଗୋବିନ୍ଦ ଗହିର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.