ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସେପ୍ଟେମ୍ବର ୧୭ ତାରିଖକୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଚାଳକ ଦିବସ ପାଳିତ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳର ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା ମଣ୍ଡପ ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । ଏବଂ ମୁଖ୍ୟ ବଜାର ଛକରେ ବିଗତ ଦିନରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସାଥି ଚାଳକଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ନିରବ ପ୍ରାର୍ଥନା କରିବା ସହ ସଂଘର ସଭାପତି ପ୍ରଶାନ୍ତ ପଟ୍ଟନାୟକ ଏବଂ ତୁମୁଡିବନ୍ଧ ଅଂଚଳର ବରିଷ୍ଠ ମୋଟର ଚାଳକ ସନ୍ତୋଷ ଚାନ୍ଦଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମୋଟର ଚାଳକ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.