ଟାଟା ମେମୋରିଆଲ ସଂଟର ମୁମ୍ବାଇ ଓ ବେଦାନ୍ତ-ବାଲକୋ ମେଡିକାଲ ସଂଟର ରାୟପୁର ମଧ୍ୟରେ ଏମଓୟୁ ସ୍ବାକ୍ଷରିତ

କ୍ୟାନସର ରୋଗର ଯତ୍ନ ପାଇଁ ଜ୍ଞାନ ବିନିମୟ ଓ ଦକ୍ଷତା ଏବଂ ମୌଳିକ ଅଭ୍ୟାସ ଗୁଡ଼ିକର ଉନ୍ନତି ପାଇଁ ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟାଟା ମେମାରିଆଲ ସଂଟର ମୁମ୍ବାଇ ଓ ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନର ଫ୍ଲାଗସିପ ପଦକ୍ଷେପ, ବାଲକୋ ମେଡିକାଲ ସଂଟର ରାୟପୁର, ଛତିଶଗଡ ଦେଶରେ କ୍ୟାନସର ରୋଗ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି । ଟାଟା ମେମୋରିଆଲ ସଂଟରର ନିର୍ଦ୍ଦେଶକ ଡ. ଆର. ବାଡୱେ ଓ ବାଲକୋ ମେଡିକାଲ ସଂଟରର ଚେୟାରମ୍ୟାନ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଶ୍ରୀମତୀ ଜ୍ୟୋତି ଅଗ୍ରୱଲ ମଧ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ।

ଏହି ବୁଝାମଣା ଅନୁଯାୟୀ ବାଲକୋ ମେଡିକାଲ ଓ ଟାଟା ମେମୋରିଆଲ ସଂଟର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ସହିତ ଦକ୍ଷତା ବୃଦ୍ଧି ପାଇଁ ଉଭୟ କାର୍ଯ୍ୟ କରିବେ । ଏହି ସହଯୋଗ ଦ୍ୱାରା ଛତିଶଗଡ଼ ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଉପକୃତ ହୋଇ ପାରିବେ । ଯେଉଁ ପଦକ୍ଷେପ ଗୁଡ଼ିକ ହେଉଛି:

କ୍ୟାନସର ଚିକିତ୍ସା ଉପରେ ସର୍ବୋଚ୍ଚ ଜ୍ଞାନ ଆଦାନ ପ୍ରଦାନ

ବିଏମସି ରୋଗୀ ଯତ୍ନ କ୍ଷେତ୍ରରେ ଉତ୍କର୍ଷତା ଆଣିବା ସହିତ କ୍ୟାନସର ଗ୍ରୀଡ ଭଟୁଆଲ ଟ୍ୟୁମର ବୋର୍ଡରେ ଅଂଶଗ୍ରହଣ କରିବ

ଉଭୟ ସ୍ଥାନରେ ମେଡିକାଲ ଶିକ୍ଷା ଅଧିବେଶନକୁ ପାରସ୍ପରିକ ସହଯୋଗ ଓ ପରିଚାଳନା ମିଳିତ ଅନୁସନ୍ଧାନ ଓ ବହୁମୁଖୀ ପ୍ରଚେଷ୍ଟା

ଏହି ସହଯୋଗ ସଂପର୍କରେ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ ବାଲକୋ ମେଡିକାଲ ସଂଟରର ଚେୟାରମ୍ୟାନ କହିଛନ୍ତିଯେ ଭାରତରେ କ୍ୟାନସର ଇତିହାସରେ ଏହା ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ । ଟାଟା ମେମୋରିଆଲ ସଂଟର ସହଯୋଗରେ ଆମେ ଜ୍ଞାନର ଆଦାନ ପ୍ରଦାନ କରିପାରିବୁ ଓ ଦୟା, ଯତ୍ନ ଓ ଉପଯୁକ୍ତ ସେବା ପ୍ରଦାନ କରି ବିଶ୍ବସ୍ତରୀୟ ତଥା ସୁଲଭ ମୂଲ୍ୟର ଚିକିତ୍ସା ଯୋଗାଇବା ଲାଗି କାର୍ଯ୍ୟକରିବୁ । ଏହି ବୁଝାମଣା ଦ୍ଵାରା ଆମେ ବିକାଶର ଆଉ ପାଦେ ଆଗକୁ ବଢିବୁ ଓ ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ସକ୍ଷମ ହେବୁ ।

ବାଲକୋ ମେଡିକାଲ ସଂଟରର ମେଡିକାଲ ନିର୍ଦ୍ଦେଶକ ଡ. ଭଞ୍ଜନ ସିରୋହୀ କହିଛନ୍ତିଯେ ବାଲକୋ ମେଡିକାଲ ସଂଟର ଦେଶରେ କ୍ୟାନସର ରୋଗର ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରଖିଛି। ଏଠାରେ ବିଶ୍ଵସ୍ତରୀୟ ଚିକିତ୍ସା ଉପଲବ୍ଧ । ବର୍ତମାନ କର୍ମଚାରୀଙ୍କ ତାଲିମ, ଶିକ୍ଷାଗତ ଅଧିବଶନ, ଆନୁଷ୍ଠାନିକ ଫେଲୋସିପ, ରୋଗୀଙ୍କ କ୍ରସ ରେଫରାଲ ଓ ମିଳିତ ଅନୁସନ୍ଧାନ ଦ୍ୱାରା କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ବିପ୍ଳବ ସୃଷ୍ଟି ହେବ ।

ବିଏମସିରୁ ଟର୍ଚ୍ଚ ବିୟରର ଭାବରେ ଡ. ସିରୋହୀ ମଧ୍ୟ ନ୍ୟୁ ଇଣ୍ଡିଆ କ୍ୟାନସର ଚାରିଟି ଇନିସିଏଟିଭର ପ୍ରତିଷ୍ଠାତା ଅଟନ୍ତି । ସେ ବର୍ତମାନ “କ୍ୟାନସପୋର୍ଟ” କମିଟିରେ ଅଛନ୍ତି । ସେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା, ଟିଏମସି ଓ ଭାରତର ବିଭିନ୍ନ କର୍ପୋରେଟ କ୍ୟାନସର କେନ୍ଦ୍ରରେ ତାଙ୍କର ଅଭିଜ୍ଞତା ରହିଛି । ସେ ମଧ୍ୟ ନ୍ୟାସନାଲ କ୍ୟାନସର ଗ୍ରୀଡ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସଂସ୍ଥା ସହିତ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି ।

ବାଲକୋ ମେଡିକାଲ ସଂଟର ସହିତ ସହଯୋଗ ବିଷୟରେ ଟାଟା ମେମୋରିଆଲ ସଂଟରର ନିର୍ଦ୍ଦେଶକ ଡ. ଆର ଏ ବାଡୱେ କହିଛନ୍ତିଯେ ଟାଟା ମେଡିକାଲ କେନ୍ଦ୍ର ବିଶ୍ଵରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷତା ଦେଖଇ ଆସିଛି । ଭାରତରେ ବିଭିନ୍ନ କେନ୍ଦ୍ରକୁ ସେବା, ଅନୁସନ୍ଧାନ ଓ ଶିକ୍ଷା ଡ୍ରାଇଭ ଜରିଆରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ମୁଁ ବାଲକୋ ମେଡିକାଲ ସଂଟର ସହିତ ଘନିଷ୍ଠ ଭାବେ ଜଡ଼ିତ ଅଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଉଚ୍ଚମାନର ଓ ପ୍ରାମାଣିକ ଚିକିତ୍ସା ଦେବା ପାଇଁ ସେମାନଙ୍କ ଲକ୍ଷ୍ୟ ରହିଛି । ଆମର ଏହି ସହଯୋଗ ବଳରେ ପରସ୍ପର ମଧ୍ୟରେ ସହଯୋଗୀତା ବୃଦ୍ଧି ପଇବ ଓ ନୂଆ ଚିନ୍ତାଧାରାର ବିକାଶ ହେବ ।

ଟାଟା ମେମୋରିଆଲ ସଂଟର ବିଶ୍ଵର ଏକ ପ୍ରାଚୀନ ଓ ବୃହତ କ୍ୟାନସର ସଂଟର । ୭୫ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଏହି କେନ୍ଦ୍ର ରୋଗୀମାନଙ୍କୁ ଉଚ୍ଚମାନର ସେବା ଓ ଅଭିନବ ଗବେଷଣା ଲବ୍ଧ ଜ୍ଞାନ ଯୋଗାଇ ଆସୁଛି ।

ସ୍ୱାସ୍ଥ୍ୟ ପ୍ରତି ଆପଦ ଥିବା ୨ ଓ ୩ ଟାୟାର ସହରରେ ଗୁଣାତ୍ମକ କ୍ୟାନସର ଚିକିତ୍ସା କେନ୍ଦ୍ରର ଅଭାବକୁ ଦେଖି ବେଦାନ୍ତ ନୟା ରାୟପୁରରେ ବାଲକୋ ମେଡିକାଲ ପ୍ରତିଷ୍ଠା କରି ସମାଜରେ ସବୁ ବର୍ଗଙ୍କୁ ସୁଲଭ ମୂଲ୍ୟରେ କ୍ୟାନସର ଚିକିତ୍ସା ଯୋଗାଇଥାଏ । ୨୦୧୮ରେ ଶୁଭାରମ୍ଭ ପରଠାରୁ ବାଲକୋ ମେଡିକାଲ କେନ୍ଦ୍ର ଗୁଣାତ୍ମକ ଚିକିତ୍ସା ସେବା ପାଇଁ ସବୁ ଲୋକଙ୍କ ନିକଟରେ ବିଶ୍ବାସ ଭାଜନ ହୋଇ ପାରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.