କୋକସରା ବ୍ଲକ ଏନପିଏସ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ରବିବାର କୋକସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋକସରା ନୋଡାଲ ସି.ଆର.ସି. ବୈକୁଣ୍ଠ ଜାଲଙ୍କ ଆବାହନ କ୍ରମେ କୋକସରା ବ୍ଲକର ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ.ପି.ଏସ) ସଂଘରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ସତ୍ୟବାନ ପାଣିଗ୍ରାହୀ, ସଂଜୀବ କୁମାର ପାଢୀ ଏହି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବୈକୁଣ୍ଠ ଜାଲ ମଞ୍ଚ ପରିଚାଲନା କରିଥିଲେ । କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ସୁବାଷ ଚନ୍ଦ୍ର ବାଗ ଉପ ସଭାନେତ୍ରୀ କୌଶଲ୍ୟା ନାଏକ ଅଜିତ କୁମାର ସାହୁ ଏକ୍ସକେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ସଂପାଦକ ଦେବିସିଂ ମାଝୀ କନିଷ୍ଠ ବର୍ଗ ଶିକ୍ଷକ ସଂଘ ସଭାପତି ସୁମନ ଅର୍ପିତ ପଣ୍ଡା, ପଦ୍ମଲୋଚନ ସାହୁ, ଶୁଭ୍ରାଶୁଂ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ପରେ ଆଗାମୀ ଦିନରେ ସଂଘକୁ ମଜବୁତ କରିବା ସହିତ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ତଥା ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସଂଗଠନର ଦରକାର ବୋଲି ମତ ପ୍ରକାଶ ପାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଏନପିଏସ ନୂତନ ସଙ୍ଘର ସଭାପତି ରୂପେ ଚନ୍ଦ୍ରମୋହନ ପୁଝାରୀ, କାର୍ଯ୍ୟକାରୀ ସଭାପତି ରଂଜିତ୍ ଖମାରୀ, ଉପ ସଭାପତି ତ୍ରିନାଥ ନାଗ, ତ୍ରିନାଥ ବାଗ, କୌଶଲ୍ୟା ନାଏକ, ପଦ୍ମଲୋଚନ ସାହୁ, ସାଧାରଣ ସଂପାଦକ ବେଣୁଧର ନାଏକ, ସହ ସଂପାଦକ ଭବେଶ କୁମାର ସାହୁ, ସନାତନ ପଣ୍ଡା, ଜୟଶ୍ରୀବାଲା ନାୟକ, ସଂଗଠନ ସଂପାଦକ ସୁବାଷ ଚନ୍ଦ୍ର ବାଗ, କୋଷାଧ୍ଯକ୍ଷ ବବୃବାହନ ବିଶି, ମିଡିଆ କୋର୍ଡିନେଟର ଅଜିତ କୁମାର ସାହୁ, ଈଶ୍ବରୀ ପ୍ରସାଦ ଅଗସ୍ତିଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ସତ୍ୟବାନ ପାଣିଗ୍ରାହୀ, ସଂଜୀବ କୁମାର ପାଢୀ, ବୈକୁଣ୍ଠ ଜାଲ, ଗଗନ ବିହାରୀ ପଟ୍ଟନାୟକ, ରତ୍ନାକର ବେମାଲ ସୁମନ ଅର୍ପିତ ପଣ୍ଡା ମନୋନୀତ ହୋଇଥିଲେ ଏହି ଅବସରରେ ନବନିର୍ବାଚିତ ଶିକ୍ଷକ ସଂଘ କର୍ମକର୍ତ୍ତଙ୍କୁ ସତ୍ୟବାନ ପାଣିଗ୍ରାହୀ ଶପଥ ପାଠ କରାଇଥିଲେ ଏବଂ ଆସନ୍ତା ୨୪/୯/୨୦୨୨ ରିଖ ଦିନ ଏନ.ଏମ.ଓ.ପି.ଏସ ଗଠନ ଉପରେ ମତ ପ୍ରକାଶ ପାଇଥିଲା।ପରିଶେଷରେ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.