ଚେନ୍ନାଇ ସୃଜନୀ ପରିବାର ପକ୍ଷରୁ ‘କଳା ସୌରଭ-କଳାହାଣ୍ଡି’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସୃଜନୀ ପରିବାର ଚେନ୍ନାଇ ପକ୍ଷରୁ କଳା ସୌରଭ – କଳାହାଣ୍ଡି କ୍ରମରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଚର୍ଚ୍ଚା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ମୁଖ୍ୟବକ୍ତା ଅଧ୍ୟାପକ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଗବେଷକ ଡ. ଅଜିତ ବେହେରା, ଲୋକଗୀତ ଗାୟକ ସର୍ବେଶ୍ୱର ଭୋଇ ଯୋଗ ଦେଇଥିଲେ । କଳାହାଣ୍ଡିର ଲୋକ ସଂସ୍କୃତି, ସାହିତ୍ୟ, ଐତିହ୍ୟ ଓ ପରମ୍ପରା, ଲୋକନୃତ୍ୟ ଓ ସଂଗୀତ ଉପରେ ଅତିଥି ମାନେ ବିଶଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଦେଶିକା ସୁମତି ମୁଣ୍ଡ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରିବାର ସମ୍ପାଦକ ଅଶୋକ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ରମେଶ ଚନ୍ଦ୍ର ପସାଏତ୍ ଉପସ୍ଥାପନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଦିବ୍ୟାଂଶା ମୁଣ୍ଡ । ଯୁବ ଗାଳ୍ପିକ ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୁବ ଲେଖକ ସୁଧୀର ଧଙ୍ଗଡାମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ସଂଗୀତ ସନ୍ଧ୍ୟାରେ ଯୁବ କଣ୍ଠଶିଳ୍ପୀ ରୁବି ମହାନ୍ତି, ଦିଲୀପ ଜାନି, ଲିପ୍ସା ମହାରଣା, ଓମପ୍ରକାଶ ରଣା ପ୍ରମୁଖ କଳାହାଣ୍ଡିଆ ଲୋକଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପ୍ରତାପ ଆଚାର୍ଯ୍ୟ ଭଜନ ପରିବେଷଣ କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଶ୍ରୋତା ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.