ଚପ୍ରିଆଠାରେ ବିଜେପିର ଶକ୍ତିକେନ୍ଦ୍ର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତୀୟ ଜନତା ପାର୍ଟି ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଳକର ଶକ୍ତି କେନ୍ଦ୍ର ବୈଠକ ଆଜି ଚପ୍ରିଆ ମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶଖର ମେହେର, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ସଂଯୋଜକ ସତ୍ୟ ବେହେରା, ପ୍ରଭାରୀ ଲକ୍ଷ୍ମିକାନ୍ତ ବାଗ, ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା, ଲଳିତ ପ୍ରଧାନ, ଲିଙ୍ଗରାଜ ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭ୍ୟ ସମୀର ସାହୁ, ସମ୍ପାଦକ ବୈଶାଖୁ କେତକୀ, ସାଂସଦ ପ୍ରତିନିଧି ଭାଗ୍ୟବାନ ବାଗ ଓ ୨୮ ଗୋଟି ଗ୍ରାମପଞ୍ଚାୟତ ପ୍ରମୁଖ ସହ ପ୍ରମୁଖ ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମରେ ମୋ ବୁଥ ମଜବୁତ କରିବା ପାଇଁ ପଞ୍ଚାୟତ ସଭାପତି, ସହ ସଭାପତି, ପ୍ରଭାରୀ ମାନଙ୍କୁ ଜିଲ୍ଲା ନେତୃମଣ୍ଡଳୀ ମାର୍ଗ ଦର୍ଶନ ଦେଇଥିଲେ । ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ବାବଦରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇ ସ୍ଥିର କରାଯାଇଥିଲା । ଏଥି ପୂର୍ବରୁ ଆଜି ସକାଳ ସମୟରେ ଧାମନଗର ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.