ବେକରେ ଫାଶୀ ଲଗାଇ ବିବାହିତ ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାମଜୋର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ଜଣେ ବିବାହିତ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଜାମଯୋର ଗାଁର ବିଦ୍ୟାଧର ଶବରଙ୍କ ମଝିଆ ପୁଅ ନେତ୍ରା ଶବର (୨୮) । ସେ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଉତ୍କେଲା ଫାଣ୍ଡିରେ ଅଭିଯୋଗ ହେବା ପରେ ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ନେତ୍ରା ଶବର ଜଗନ୍ନାଥ ପୁରରୁ ଛଅ ମାସ ତଳେ ବାହା ହୋଇଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.