ଜୁନାଗଡ଼ ଏନଏସିରେ କର୍ଦ୍ଦମାକ୍ତ ରାସ୍ତା: ଅସନ୍ତୋଷ ଜନସାଧାରଣ, ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡକୁ ଏକ ବିକାଶିତ ସହର ବୋଲି ଡିଣ୍ଡିମ ପିଟାଯାଉଛି । ତେବେ ଏହା କେତେ ବିକାଶିତ ତାହା ଜୁନାଗଡ଼ ଏନଏସିର ୧ ନ ୱାର୍ଡ ହିଞ୍ଜିଳି ବହାଲିର ରାସ୍ତାକୁ ଦେଖିଲେ ସହଜେ ଅନୁମେୟ କରିହେଉଛି । ହିଞ୍ଜିଲି ବାହାଲିରୁ ଜାତୀୟ ରାଜପଥ ୨୬କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସାମାନ୍ୟ ବର୍ଷାରେ ଏହି ରାସ୍ତା କର୍ଦ୍ଦମାକ୍ତ ହୋଇ ଗମନାଗମନ ପାଇଁ ଅନ୍ତରାୟ ସୃଷ୍ଟି କରିଥାଏ । ଆଜକୁ ଏକ ବର୍ଷ ହେଲା ଏହି ରାସ୍ତା ଓ ନାଳର ଟେଣ୍ଡର ହେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ । ସ୍ଥାନୀୟ ଜନସାଧାରଣ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ବିଭାଗୀୟ କତୃପକ୍ଷ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ତେଣୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଏହି ରାସ୍ତା ସମସ୍ୟାର ସମାଧାନ ନହେଲେ ଆଗକୁ ଏକ ବିରାଟ ଜନ ଆନ୍ଦୋଳନ ହୋଇପାରେ ବୋଲି ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.