ଭାରତୀୟ ମହିଳା କ୍ରିକେଟ ଟିମ୍ ର ଦମଦାର ବିଜୟ

ଓଡ଼ିଆ ବାର୍ତ୍ତା/ ଇଂଲଣ୍ଡ : ଦ୍ୱିତୀୟ ଦିନିକିଆରେ ହର୍ମନପ୍ରୀତ କୌରଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତୀୟ ମହିଳା ଟିମ୍ ଇଂଲଣ୍ଡକୁ ତ ୮୮ ରନରେ ପରାସ୍ତ କରିଛି । ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ୟାପଟେନ ହର୍ମନପ୍ରୀତ କୈାରଙ୍କ ବିସ୍ଫୋରକ ଶତକୀୟ ଇନିଂସ ଫଳରେ ଭାରତ ୫ ୱିକେଟ୍ ହରାଇ କରିଥିଲା ୩୩୩ ରନ୍ । ହର୍ମନପ୍ରୀତ ମାତ୍ର ୧୧୧ ବଲର ସାମ୍ନା କରି ୧୪୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେହିପରି ହର୍ଲିନ ଦେଓଲ ୫୮, ସ୍ମୃତି ମନ୍ଧାନା ୪୦ ରନର ଯୋଗଦାନ କରିଥିଲେ ।

ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଶେଫାଳି ବର୍ମା ୮ ରନ୍ , ସ୍ମୃତି ମନ୍ଧାନା ୪୦ରନ୍ ଓ ୟାସ୍ତିକା ଭାଟିଆ ୨୬ରନ କରି ଆଉଟ ହେବା ପରେ ହର୍ମନପ୍ରୀତ ଜବରଦସ୍ତ ବ୍ୟାଟିଂ କରିଥିଲେ । ୩୩୪ ରନର ଟାର୍ଗେଟ ପିଛା କରି  ଇଂଲଣ୍ଡର ପୂରା ଟିମକୁ ୨୪୫ ରନରେ ଅଲଆଉଟ୍ କରିଦେଇଥିଲେ ଭାରତୀୟ ବୋଲର ।   ବୋଲିଂରେ ରେଣୁକା ସିଂ ୪ଟି ସଫଳତା ପାଇଥିଲେ । ୨୪ ତାରିଖରେ ଲର୍ଡ୍ସରେ ତୃତୀୟ ଦିନିକିଆ ଖେଳାଯିବ ।

ସ୍ମୃତି ମନ୍ଧାନା ବୁଧବାର ୩୦୦୦  ଦିନିକିଆ ରନ୍ ଛୁଇଁଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ମିତାଲି ରାଜ ଓ ହର୍ମନପ୍ରୀତ କୌରଙ୍କ ପରେ ତୃତୀୟ ଭାରତୀୟ ମହିଳା ବ୍ୟାଟର୍ ହୋଇଛନ୍ତି। ମନ୍ଧାନା ୭୬ ଦିନିକିଆ ପାଳି‌ରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଦ୍ରୁତତମ ଭାରତୀୟ ମହିଳା ଭାବେ ସେ କିଂବଦନ୍ତି ମିତାଲି ରାଜ୍ ଙ୍କ ୮୮ ପାଳି ଙ୍କୁ ଟପିଥିଲେ। ସେ ମଧ୍ୟ ଶିଖର ଧାୱନ ୭୨ ପାଳି ଏବଂ ବିରାଟ କୋହଲି ୭୫ ପାଳିଙ୍କ ପରେ ତୃତୀୟ ଦ୍ରୁତତମ ଭାରତୀୟ ହୋଇଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.