ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ବାଗତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଭା ପ୍ରକୋଷ୍ଠରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ବିଭାଗର ଅଧ୍ୟାପକ ମିଥୁନ ମେହେର ଓ ସଂସ୍କୃତ ବିଭାଗର ପ୍ରାଧ୍ୟାପକ ପ୍ରଭାତ କୁମାର ମହପାତ୍ର ସଂଯୋଜନା କରିଥିଲେ । ଅଧ୍ୟକ୍ଷ ଡ଼.ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟର ଗୌରବମୟ ପରମ୍ପରା ଓ ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ବିଭିନ୍ନ ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଶ୍ରୀ ମହାପାତ୍ର ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଶୃଙ୍ଖଳା ଓ କ୍ୟାରିୟର ଉପରେ ଗୁରୁତ୍ୱାରୋପ କରିଥିଲେ । ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡ଼. ମନୋଜ କୁମାର ପ୍ରଧାନ ସମୟ ନିର୍ଘଣ୍ଟ ଓ ପ୍ରାକଟିକାଲ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ତଥା ବାଳକ ଛାତ୍ରାବାସର ଅଧୀକ୍ଷକ ଡ଼. ବିରଞ୍ଚି ସାହୁ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟ୍ୟାପିକା ତଥା ଛାତ୍ରୀନିବାସର ଅଧୀକ୍ଷକା ଶର୍ମିଲା ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରାବାସ ଓ ଛାତ୍ରୀନିବାସର ନୀତିନିୟମ ଓ ରାଗିଂ ନିରୋଧ ଆଇନ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଗଜରାଜ ପାତ୍ର, ବୁନି ସାହୁ ପ୍ରମୁଖ ଉଦବୋଧନ ଦେଇ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.