ବଲାଙ୍ଗୀର ଏକ୍ସନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସ୍ଥାନୀୟ ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବଲାଙ୍ଗୀର ଏକ୍ସନ କମିଟିର ଲୋକ ସମ୍ପର୍କ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ସହରର ବିଭିନ୍ନ ପଡ଼ାରେ ବରିଷ୍ଠ ନାଗରିକ ତଥା ଯୁବକ ମାନଙ୍କୁ କମିଟିର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରେଇବା, ଆଗାମୀ ଦିନରେ ଏକତ୍ରିତ ହୋଇ ବଲାଙ୍ଗୀରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ବାଧ୍ୟ କରିବା ଏହି ଲୋକ ସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବଲାଙ୍ଗୀର ସହରର ଶତାଧିକ ସଂଖ୍ୟାରେ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇ ସହରର ବିଭିନ୍ନ ସମସ୍ୟା, ବିଶେଷ କରି ଲୋଏର ଶୁକତେଲ ଜଳସେଚନ ପ୍ରକଳ୍ପ, ବାଇପାସ ରାସ୍ତା ନିର୍ମାଣ ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ଅହେତୁକ ବିଳମ୍ବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏହି ସବୁ ସମସ୍ୟା ନେଇ ଆଗାମୀ ଦିନରେ ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବୈଠକରେ ସ୍ଥିରିକୃତ ହୋଇଥିଲା ‌। କମିଟିର ଉପସଭାପତି ମୁନା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସନ୍ତୋଷ ସାହୁ, ବିନୋଦ କୁମାର କାଲସାଏ, ଭବାନୀ ଶତପଥୀ, ପ୍ରଶାନ୍ତ ନାୟକ, ସୁନିଲ ମିଶ୍ର, ପ୍ରମୋଦ ସାହୁ, ରିଲୁ ରଥ, ରବି ଖମାରୀ, ପ୍ରିତମ ଠାକୁର, ସୁନିଲ ମିଶ୍ର, ନିହାରିକା ମିଶ୍ର, ପ୍ରମିଲା ମିଶ୍ର, ବରିଷ୍ଠ ବୁଦ୍ଧିଜୀବୀ ସମ୍ଭୁ ମିଶ୍ର, ବିକ୍ରମାନନ୍ଦ ବହିଦାର, ସୁଧିର ଚାନ୍ଦ, ପ୍ରମୋଦ ତ୍ରିପାଠୀ, ରାମ ଶତପଥୀ, ଚାଇନା ମହାନ୍ତି, ରାଜ କିଶୋର ଦାସ, ଅଶୋକ ପାଢ଼ୀ, ଲାଲମନ ଗଡତ୍ୟା, ବିରଞ୍ଚି ମିଶ୍ର, ସରୋଜ ବେଦବାକ, ବସନ୍ତ ଆଚାର୍ଯ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.