ଜୟ ଦୁର୍ଗା ହାଇସ୍କୁଲର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତିଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ସ୍ଥିତ ଜୟ ଦୁର୍ଗା ହାଇସ୍କୁଲର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତି କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଅକାଳ ବିୟୋଗରେ ଜନ୍ମମାଟି ରୁପ୍ରା ସମେତ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜଣେ ମିଷ୍ଟ ଭାଷୀ, ମେଳାପୀ, ଛାତ୍ରବତ୍ସଳ ଶିକ୍ଷକ ଭାବରେ ତାଙ୍କର ବେଶ ସୁନାମ ରହିଥିଲା । ଗତ ସପ୍ତାହରେ ସେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବିଶାଖାପାଟଣା ସେଭେନହିଲ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ଆଇସିୟୁରେ ଗୋଟିଏ ସପ୍ତାହ ରଖାଯିବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ମଙ୍ଗଳବାର ଶ୍ରୀ ସେନାପତିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁବାର ରାତି ୯ ଘଣ୍ଟା ସମୟରେ କଟକ ବଡ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ଆଜି (ଶୁକ୍ରବାର) ତାଙ୍କ ନିଜ ଘର ରୁପ୍ରାରେ ମର ଶରୀର ପହଞ୍ଚିବା ପରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି । ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଓ କର୍ମଚାରୀ,‌ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବ୍ଲକର ସମସ୍ତ ସାମ୍ବାଦିକଙ୍କ ସମେତ ଶିକ୍ଷକ/ ଶିକ୍ଷୟତ୍ରୀ, ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.