ଆନ୍ତର୍ଜାତୀୟ ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଓଡ଼ିଆ ବାର୍ତ୍ତା/ ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ କରିବା ବେଳେ ପ୍ରଥମ ଦଳ ଭାବେ ପାକିସ୍ତାନ କୌଣସି ୱିକେଟ ନ ହରାଇ ଐତିହାସିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫ ୱିକେଟ ବିନିମୟରେ ୧୯୯ ରନ କରିଥିଲା । ପାକିସ୍ତାନ ୧୯.୩ ଓଭରରେ ୨୦୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ବାବର ୧୧୦ ଓ ରିଜୱାନ ୮୮ରନ କରି ନଟଆଉଟ ରହିଥିଲେ । ଏଥିସହ ୭ ମ୍ୟାଚ ବିଶିଷ୍ଟ ଟି୨୦ ୧-୧ସ୍ଥିତିକୁ ଆସିଛି ।ଟି୨୦ରେ ସର୍ବାଧିକ ୨ଟି ଶତକ ମାରି ବାବର ଭାରତର ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି । ପାକିସ୍ତାନର ଏହି ୨ ବ୍ୟାଟ୍ସମ୍ୟାନ ୫ମ ଥର ପାଇଁ ପାର୍ଟନରଶିପରେ ୧୫୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ବାବର ପାକିସ୍ତାନ ପକ୍ଷରୁ ଅଧିନାୟକ ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ୧୦ତମ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ଓଭରାଲ ୨୬ତମ ଶତକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.