ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର ଶେଷଦିନ । ରାକେଶ କଟ୍ୟାଲ ଓ ଭୋଳା ନାଥ ସିଂହ ଆଜି ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ନିର୍ଦ୍ୱନ୍ଦ୍ୱରେ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୪୪ ବର୍ଷୀୟ ଦିଲୀପ ତିର୍କୀ ପୂର୍ବରୁ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ଏହା ପୂର୍ବରୁ ସେ ଓଟିଡିସିର ଅଧ୍ୟକ୍ଷ ଥିଲେ । ଏବେ ସେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ୧୯୯୮ରେ ବ୍ୟାଙ୍କଂକରେ ଭାରତୀୟ ଦଳ ସ୍ୱର୍ଣ୍ଣ ଜିତିଥିଲା । ସେହି ଟିମରେ ଥିଲେ ଦିଲୀପ ତିର୍କୀ । ସେହିଭଳି ୨୦୧୨ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳ ରୌପ୍ୟ ଜିତିଥିବା ବେଳେ ଟିମରେ ଥିଲେ ଦିଲୀପ । ତା’ଛଡ଼ା ଦିଲୀପ ତିର୍କୀ ଏସିଆ କପ୍ ୨୦୦୩ ଓ ୨୦୦୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୯୯ରେ ଦିଲୀପ ହାତେଇ ଥିଲେ ବ୍ରୋଞ୍ଜ ପଦକ । ଆସନ୍ତା ଅକ୍ଟୋବର ୨୮ରୁ ହକି ପ୍ରୋ ଲିଗ୍ ଏବଂ ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ଏଫଆଇଚ୍ ପୁରୁଷ ହକି ବିଶ୍ୱକପରେ ଅତିଥି ଭାବେ ଯୋଗ ଦେବାକୁ ତିର୍କୀଙ୍କ ସହ ଅନ୍ୟ ସଦସ୍ୟଙ୍କୁ ଏଫ୍ଆଇଏଚ୍ ନିବେଦନ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.