ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି ।  ଗଣମାଧ୍ୟମ ଆଗରେ ଦିଲୀପ ତିର୍କି କହିଥିଲେ ହକିର ବିକାଶ ହେଉଛି ତାଙ୍କର ପ୍ରଥମ ଲକ୍ଷ୍ୟ  । ଏଫଆଇଏଚ୍ ସହ ଆଲୋଚନା କରି ହକି ଇଣ୍ଡିଆ ଲିଗ କିପରି ଭାବେ ପୁଣିଥରେ ଆରମ୍ଭ ହୋଇପାରିବ ସେନେଇ ଚେଷ୍ଟା କରିବେ ବୋଲି କହିଥିଲେ ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ । ଗତକାଲି ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଫାପତି ଭାବେ ନିର୍ବାଚିତ ହେବା ପରେ ଦିଲୀପ ତିର୍କୀ  ଆଜି ଭୁବନେଶ୍ବର ପହଞ୍ଚିଛନ୍ତି

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.