ଅନ୍ତିମ ପର୍ଯ୍ୟାୟରେ ଦୁର୍ଗାମୂର୍ତ୍ତି ତିଆରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଦୁଇ ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ସବୁ ଅନୁଷ୍ଠିତ ହୋଇଥିଲା । ସୁପ୍ରିମ କୋର୍ଟଙ୍କ ଆଦେଶ ଯୋଗୁଁ କରୋନା କଟକଣା ମଧ୍ୟରେ ନୂଆଖାଇ, ରଜପର୍ବ ଭଳି ଗଣପର୍ବ ଗୁଡିକ ଗତ ଦୁଇ ବର୍ଷ ଧରି ନିରାଶରେ ହୋଇଥିଲା । ସବୁ ମଜା କରୋନା ଯୋଗୁଁ ଫିକା ପଡିଥିଲା । ଚାରିଫୁଟ ଉଚ୍ଚତା ବିଶିଷ୍ଟ କିମ୍ବା ଚାରିଫୁଟରୁ କମ ଉଚ୍ଚତା ସମ୍ପନ୍ନ ଦୂର୍ଗା ମୂର୍ତ୍ତି ଓ ପାଶ୍ୱର୍ ଦେବତା ମୂର୍ତ୍ତି ଗୁଡିକ ନିର୍ମାଣ କରାଯାଇଥିଲା ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ । ପୂଜକ ସମେତ ମାତ୍ର ୭ ଜଣ ପୂଜା ମଣ୍ଡପରେ ରହିବାକୁ ପଡିଥିଲା । ଡାକବାଜୀ ଯନ୍ତ୍ର ଲାଗିବା ନେଇ କଟକଣା ରହିଥିଲା । ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ପୋଲିସ ପହରା ମଧ୍ୟରେ ହୋଇଥିଲା ପୂଜା ଅନୁଷ୍ଠିତ । ରହିଥିଲା ଭୟ ଓ ଆତଙ୍କର ବାତାବରଣ । ହେଲେ ଚଳିତ ବର୍ଷ ପୂର୍ବ ପରି ଅନେକ ଆନନ୍ଦ ଓ ଉହ୍ଲାସ ଉଦ୍ଦୀପନା ମଧ୍ୟରେ ପାଳିତ ହେବାକୁ ଯାଉଛି ମା ଜଗଜ୍ଜନନୀଙ୍କ ପୂଜା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ଶାନ୍ତପୁର, ସେରଗଡ, ରୁପ୍ରା ଏଭଳି ୭ ଗୋଟି ସ୍ଥାନରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ ନର୍ଲାରୋଡ ଓ ରୁପ୍ରାରୋଡରେ ନବରାତ୍ରୀ ଦୁର୍ଗାପୂଜା ପାଳନ କରାଯାଇଥାଏ । ଏଣୁ ଏହି ଦୁଇ ସ୍ଥାନର ମୂର୍ତ୍ତିରେ ତୂଳୀର ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।  ରବିବାର ଅମାବାସ୍ୟା । ଅପରାହ୍ନ ୪ ଟା ବେଳେ କଳସ ଯାତ୍ରା ହୋଇ ପୂଜା ମଣ୍ଡପକୁ କଳସ ଆସିବ ବୋଲି ଜଣାପଡିଛି । ନର୍ଲାରୋଡ, ବାଲିପଡା ଓ ରୁପ୍ରାରୋଡରେ ମୂର୍ତ୍ତିଗଡା ଦୃତ ଗତିରେ ଚାଲିଛି । ମୂର୍ତ୍ତିଗଢା ଏବେ ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚô ଯାଇଛି । ପ୍ରତି ବର୍ଷ ଏହି ସ୍ଥାନ ମାନଙ୍କୁ କଲିକତା ଓ ଟିଟିଲାଗଡରୁ ମୂର୍ତ୍ତି କାରିଗର ମାନେ ଆସି ମୂର୍ତ୍ତି ତିଆରି କରିଥାନ୍ତି ।

ବହୁ ପ୍ରସିଦ୍ଧ ନର୍ଲାରୋଡ ନବରାତ୍ରୀ ଦୂର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନ ତାଙ୍କ ମତାମତରେ କହିଛନ୍ତି ଚଳିତ ବର୍ଷ କରୋନା କଟକଣା ନାହିଁ । ପୂଜା କମିଟିର ସମସ୍ତ କର୍ମକର୍ତ୍ତା ମୁକ୍ତ ଆକାଶର ବିହଙ୍ଗ ପରି ଆନନ୍ଦ ଉହ୍ଲାସର ସହିତ ପୂଜା କାମରେ ମାତିଛନ୍ତି । ହେଲେ ଗତ ପାଞ୍ଚ ବର୍ଷ ଧରି ଯେଉଁଭଳି ଭାବରେ ଲଘୁଚାପ ବର୍ଷା ଓ ବାତ୍ୟା ହୋଇ ଆସିଛି । ଏବଂ ଚଳିତ ବର୍ଷ ମଧ୍ୟ ପାଗ ସେଭଳି ରଖୁଛି । ସେଥିପାଇଁ ମନଟିକେ ଉଣା ହେଉଛି । ସେହିଭଳି ପୂଜା କମିଟିର ସାଧାରଣ ସମ୍ପାଦକ ବିମଲ କୁମାର କେଡିଆ କହିଛନ୍ତି ମାଙ୍କ ପୂଜା ସମ୍ପୂର୍ଣ୍ଣ ବିଧି ଓ ରିତୀ ନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ନବରାତ୍ରୀ ପୂଜା ଧୂମ ଧାମର ସହିତ ପାଳନ କରାଯିବ ଏଥିରେ ସନ୍ଦେହ ନାହିଁ ବୋଲି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.