ଝୁଲଣଙ୍କ ନାମରେ ନାମିତ ହେବେ ଇଡେନ ଗାର୍ଡେନ ଷ୍ଟାଡିୟମର ଷ୍ଟାଣ୍ଡ

ଓଡ଼ିଆ ବାର୍ତ୍ତା/ କୋଲକାତା: ଭାରତୀୟ ମହିଳା କ୍ରିକେଟର ମହାନ ପେସ ବୋଲର ଝୁଲଣ ଗୋସ୍ୱାମୀ ଲର୍ଡ୍ସରେ ଅବସର ଘୋଷଣା କରିଛନ୍ତି । ଝୁଲଣଙ୍କ ସମ୍ମାନ ପାଇଁ ଇଡେନ ଗାର୍ଡେନର ଏକ ଷ୍ଟାଣ୍ଡ ତାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି । କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ଅଧ୍ୟକ୍ଷ ଅଭିଷେକ ଡାଲମିଆ ଏହା ସ୍ପଷ୍ଟ କରିଛନ୍ତି । ଝୁଲଣ ଜଣେ ସ୍ୱତନ୍ତ୍ର କ୍ରିକେଟର ଏବଂ ଅନ୍ୟ ମହାନ ଖେଳାଳିଙ୍କ ଶ୍ରେଣୀରେ ରହିବା ଉଚିତ । ସିଏବି ମଧ୍ୟ ଝୁଲଣଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରିବ ବୋଲି ସେ କହିଛନ୍ତି । ୨୫ ବର୍ଷ ପୂର୍ବେ ୧୯୯୭ ବିଶ୍ୱକପ ଫାଇନାଲରେ ଝୁଲଣ ବଲ ଗର୍ଲ ଭାବେ ପଡିଆକୁ ଆସିଥିଲେ ।ଏଠାରେ ମହିଳା ବିଶ୍ୱକପର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ ଅବସରରେ ଜଣେ ମହିଳା କ୍ରିକେଟର ହେବେ ବୋଲି ଝୁଲଣ ମନରେ ସ୍ଥିର କରିଥିଲେ । ବିଶ୍ୱର ଶ୍ରେଷ୍ଠ ମହିଳା ପେସ ବୋଲର ଭାବେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.