ପଶ୍ଚିମାଂଚଳ ଜିତିଲା ଦୁଲୀପ ଟ୍ରଫି ଟାଇଟଲ, ଯଶସ୍ୱୀଙ୍କୁ ପଡିଆରୁ ବାହାର କରିଦେଲେ ରାହାନେ

ଓଡ଼ିଆ ବାର୍ତ୍ତା/ କୋଏମ୍ବଟୁର: ଏଠାରେ ଅନୁଷ୍ଠିତ ଦୁଲୀପ ଟ୍ରଫି କ୍ରିକେଟର ଫାଇନାଲରେ ଦକ୍ଷିଣାଂଚଳକୁ ୨୯୪ ରନରେ ହରାଇ ପଶ୍ଚିମାଂଚଳ ଟାଇଟଲ ହାସଲ କରିଛି । ଏହା ଓଭରାଲ ପଶ୍ଚିମାଂଚଳର ୧୯ତମ ଟାଇଟଲ । ତେବେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଅଶୋଭନୀୟ ବ୍ୟବହାର ପାଇ ଯଶସ୍ୱୀ ଜୈସୱାଲଙ୍କୁ ପଡିଆ ବାହାରକୁ ଯିବା ପାଇଁ ଅଧିନାୟକ ଅଜିଙ୍କ୍ୟ ରାହାନେ ନିର୍ଦ୍ଦେଶ ଦେଇଥିଲେ । ଦକ୍ଷିଣାଚଂଳର ବ୍ୟାଟ୍ସମ୍ୟାନ ରବି ତେଜାଙ୍କୁ ଯଶସ୍ୱୀ ବାରମ୍ବାର ସ୍ଲେଜିଂ କରୁଥିବା ଦେଖିବାକୁ ମିଳିଥିଲା । ଫିଲ୍ଡ ଅମ୍ପାୟର ଏହା ମନା କରିବା ପାଇଁ କହିବା ସତ୍ୱେ ସେ ଶୁଣି ନ ଥିଲେ । ଶେଷରେ ଅମ୍ପାୟର ରାହନେଙ୍କୁ ଡାକି କହିଥିଲେ । ୬୫ତମ ଓଭର ବେଳକୁ ଯଶସ୍ୱୀ ପୁନର୍ବାର ଏ ଭଳି ଆଚରଣ ଦେଖାଇବାରୁ ରାହାନେ ତାଙ୍କୁ ପଡିଆ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ପରେ ଯଶସ୍ୱୀ ନିଜ ଭୁଲ ବୁଝି ପାରିଥିଲେ । ସେ କହିଥିଲେ ଅଜ୍ଜୁ ଭାଇ ମୋ ପାଇଁ ଯାହା କୁହନ୍ତି ମୁଁ ଗମ୍ଭୀରତାର ସହ ନିଏ । ଚମତ୍କାର ଦ୍ୱିଶତକ ସହାୟତାରେ ଦ୍ରୁତ(୧୧ଇନିଂସ) ୧୦୦୦ ରନ ପୂର୍ଣ୍ଣ କରିବା ଖେଳାଳି ପାଲଟିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.