ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଦେଓଗାଁ: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଭୀମ ପାହାଡ ପାଦଦେଶରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଯାତ୍ରା ବନ୍ଦ ଥିଲା, ତେଣୁ ଚଳିତ ବର୍ଷ ଯାତ୍ରା ବହୁତ ଧୁମଧାମରେ ପାଳନ କରିବାକୁ ସମସ୍ତେ ସମସ୍ତେ ମତାମତ ଦେଇଥିଲେ । ପ୍ରମୋଦ ବହିଦାରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବ୍ଲକ ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର କୁମାର ସାହୁ, ସ୍ଥାନୀୟ ସମିତି ସଭ୍ୟ ଅଭିମନ୍ୟୁ ମାଝି, ଗୋବର୍ଦ୍ଧନ ସାହୁ, ରାଜେଶ୍ ନାୟକ, ନନ୍ଦୀ ନାୟକ, ଜତନ ବାରିକ, ଘନଶ୍ୟାମ ପଟେଲ, ଦୟା ମହାକୁର, ବିନୋଦ ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅଞ୍ଚଳରେ ଭୀମ ପାହାଡ ଏକ ମୁଖ୍ୟ ପର୍ଯଟନ ସ୍ଥଳୀ ହୋଇଥିବାବେଳେ ଏଇ ଗିରି ଗୋବର୍ଦ୍ଧନ ପୂଜାରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ଅନୁମାନ କରାଯାଉଛି । ତେଣୁ ସମସ୍ତ ଶ୍ରଦ୍ଧାଳୁ କିପରି ଠିକ ଭାବରେ ଭଗବାନଙ୍କ ଦର୍ଶନ କରି ଯାତ୍ରା ଉପଭୋଗ କରିବେ ସେନେଇ ବିଶେଷ ଆଲୋଚନା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.