ନୂତନ ପେନସନ ଯୋଜନା ଭୂକ୍ତ ଶିକ୍ଷକ ମାନଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାର୍ଥନା ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଶିକ୍ଷକ ଉଗ୍ରସେନ ସାହୁ ସଭାପତିତ୍ବ କରିଥିଲେ । ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ, କୁଶଚନ୍ଦ୍ର ସାହୁ ଯୋଗଦାନ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନରେ ଥିବା ଓପିଏସ୍ ଆନ୍ଦୋଳନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ନୂତନ ପେନସନ ଯୋଜନା ଭୂକ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପ୍ରୟାଶ କରିବା ନିମନ୍ତେ ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଅରୁଣ କୁମାର ସାହୁ-୨୦୦୧, ଘାସିରାମ ମହଲା-୨୦୦୫, ବିରଞ୍ଚି ମହାପାତ୍ର-୨୦୦୬, ତପନ କୁମାର ଦାସ-୨୦୧୧, ଚନ୍ଦ୍ରଧ୍ବଜ ନାଗ-୨୦୧୨, ଗୈାରୀଶଙ୍କର ସୁନା-୨୦୧୩, ଶୁଶିଲ କୁମାର ଦାସ-୨୦୧୫, ଏସ୍କ-କେଡର ସୁରେନ୍ଦ୍ର କୁମାର ନାୟକଙ୍କୁ ଚୟନ କରାଯାଇଛି । ଉଗ୍ରସେନ ସାହୁ, କୁଶଚନ୍ଦ୍ର ସାହୁ, ଅକ୍ଷୟ କୁମାର ରଥ, ଶୁଶିଲ କୁମାର ମାହାରଙ୍କୁ ମାର୍ଗଦର୍ଶକ ହିସାବରେ ଚୟନ କରାଯାଇଛି । ଆଗାମୀ ପୁରୁଣା ପେନସନ ଆନ୍ଦୋଳନ ପାଇଁ ରାଜ୍ୟ ଏନ୍ଏମ୍ଓପିଏସ୍ ନିର୍ଦ୍ଦେଶକୁ କେସିଙ୍ଗା ବ୍ଲକ ଏନପିଏସ ଶିକ୍ଷକ ଏକ ହୋଇ କାର୍ଯ୍ୟକାରୀ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବ୍ଲକର ପ୍ରାୟ ୨୦୦ ଜଣ ଶିକ୍ଷକ ଉପସ୍ଥିତ ରହିଥିଲେ । ଶେଷରେ ଶୁଶିଲ କୁମାର ମାହାର ସମସ୍ତଙ୍କୁ ଧନ୍ୟବାଦ ପ୍ରଧାନ କରି ସଭା ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.