ସଂସ୍କୃତି ପ୍ରଚାରକ ସମ୍ମାନରେ ସମ୍ମାନୀତ ହେଲେ ବିନୋଦ କାଲସାଏ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବିଶେଷ ଅବଦାନ ପାଇଁ ସମଲେଇ ସେନା ପଶ୍ଚିମ ଓଡ଼ିଶା ପକ୍ଷରୁ ‘ସଂସ୍କୃତି ପ୍ରଚାରକ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବଲାଙ୍ଗୀରର ଉଦୀୟମାନ ପ୍ରତିଭା ବିନୋଦ କୁମାର କାଲସାଏ । ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ସମଲେଇ ସେନା ପଶ୍ଚିମ ଓଡ଼ିଶା ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ଅବସରରେ ଶ୍ରୀ କାଲସାଏଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିନୋଦ କଲସାଏ ବଲାଙ୍ଗୀର ତଥା ପଶ୍ଚିମାଞ୍ଚଳର ଏକ ସୁପରିଚିତ ନାମ । ସେ ପଶ୍ଚିମ ଓଡ଼ିଶାର ସଂସ୍କୃତି, ନୂଆଖାଇ ତିହାର ଓ ସାମାଜିକ ଚଳଣୀକୁ ନେଇ ଅନେକ ସାହିତ୍ୟ ଓ ଚଳଚ୍ଚିତ୍ର ସୃଷ୍ଟି କରିଛନ୍ତି । ଭାବର ବନ୍ଧନ, ଭାବର ତିହାର, ନୂଆଁଖାଇର ଫଏସଲା, କୁରେପତର, ଜିରାଫୁଲ ପରି ୪୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରି ସେ ପଶ୍ଚିମ ଓଡ଼ିଶାର ମହାନ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରସାର ଜାରି ରଖିଛନ୍ତି । ଏହି ସମ୍ମାନ ପାଇବା ପରେ ଶ୍ରୀ କାଲସାଏଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.