ତୁମୁରା ଗ୍ରାମରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ହିମାଶୁଂ ଗହିରଙ୍କ ଘରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ସଂନ୍ଧ୍ୟା ସମୟରେ ଗ୍ୟାସ ଲିକ ହୋଇ ହଠାତ ଘରେ ନିଆ ଲାଗି ଯାଇଥିଲା । ଖବର ପାଇ ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ଯିବା ସହିତ ଘରେ ଥିବା ଅସବାବପତ୍ର ସାଙ୍ଗକୁ ଚାଉଳ ଓ ଏକ ଫ୍ରିଜ ମଧ୍ୟ ପୋଡି ଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଗ୍ନିକାଣ୍ଡରେ ଘର ଲୋକେ କେହି ଅଘାତ ପ୍ରାପ୍ତ ହୋଇ ନଥିବା ଜଣାପଡିଛି । ଅପରପକ୍ଷରେ ଗତ ୬ ମାସ ମଧ୍ୟରେ ଗୋଲାମୁଣ୍ଡା ବ୍ଲକରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ହେବାର ଅନେକ ଘଟଣା ନଜରକୁ ଆସୁଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.