ରୁପ୍ରାରୋଡ ଓ ନର୍ଲାରୋଡରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସ୍ଥିତ ରୁପ୍ରାରୋଡରେ ସୋମବାର ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଜଗତ ଜନିନୀ ମାଁ ଦୁର୍ଗାଙ୍କ ପୂଜା କାର୍ଯ୍ୟ ଆରମ୍ଭ ହେଇଯାଇଛି । ରବିବାର ରାତ୍ର ୯ ଘଣ୍ଟା ସମୟରେ ରୁପ୍ରାରୋଡ ସ୍ଥିତ ବଲବସପୁର ପୋଖୋରୀକୁ ରୁପ୍ରାରୋଡ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସହ ମୁଖ୍ୟ ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମା ଏବଂ ଦୁଇ ଜଣ ସହ ପୂଜକ ବିଷ୍ଣୁ ଶର୍ମା ଓ ପଞ୍ଚାନନ ମିଶ୍ର ପୋଖରୀ ଘାଟରେ ରୀତି ନୀତି ଭାବରେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ ପରେ ମାଁ ଦୁର୍ଗାଙ୍କ ଆବାହନ କରି ସଙ୍କଳ୍ପ କରିଥିଲେ ।


ସଙ୍କଳ୍ପ ପରେ କର୍ତ୍ତା ସମେତ ୧୧ ଜଣ ପୁରୁଷ ୧୧ଟି କଳସୀରେ ପାଣି ଉଠେଇ ମାଁଙ୍କର ପୂଜାମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥିଲା । ରାତି ୧୦ଟା ସମୟରେରେ ଆରମ୍ଭ ହେଇଥିଲା ଅଧିବାସ ପୂଜା କାର୍ଯ୍ୟ ଓ ରାତ୍ର ୧୧ରେ ଶେଷ ହେଇଥିଲା ।

୯ ଦିନ ଧରି ମାଁଙ୍କ ପୂଜା ମହା ଆଡ଼ମ୍ବରରେରେ ଚାଲିବ ବୋଲି ପୂଜା କର୍ତ୍ତା ରଞ୍ଜନ କୁମାର ମହାନ୍ତି ସୂଚନା ଦେଇଛନ୍ତି । ପୂଜା ମଣ୍ଡପରେ ସୋମବାର ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ମାଁ ଙ୍କ ସଂଧ୍ୟା ଆଳତି ସହ ବିଭିନ୍ନ ମନୋରଂଜନର କାର୍ଯ୍ୟକ୍ରମ ରହିଥିବା ପୂଜା କମିଟିର ସଦସ୍ୟଙ୍କ ମାନଙ୍କଠାରୁ ସୂଚନା ମିଳିଛି ।


ସେହିଭଳି ନର୍ଲାରୋଡ଼ ଠାରେ ମଧ୍ୟ ନବରାତ୍ରୀ ଦୁର୍ଗା ପୂଜା ପାଳନ କରାଯାଉଛି । ଏନେଇ ଗତକାଲି ରବିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନଦୀ ରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମଣ୍ଡପରେ କଳସ ସ୍ଥାପନ ଓ ବିଲ୍ବ ବରଣ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଜି ସୋମବାର ସକାଳୁ ପୂଜା ଆରମ୍ଭ ହୋଇଥିବା ଜଣାପଡିଛି ।


ପ୍ରତ୍ୟହ ସନ୍ଧ୍ୟା ୭ ଘଣ୍ଟା ସମୟରେ ସାନ୍ଧ୍ୟ ଆଳତି ସାଙ୍ଗକୁ ବିଭିନ୍ନ ମନୋରଞ୍ଜନ ର କାର୍ଯ୍ୟକ୍ରମ ରଖା ଯାଇଥିବା କମିଟିର ସଭାପତି ହମେଶ କୁମାର ଜୈନ ଓ ସମ୍ପାଦକ ବିମଲ କୁମାର କେଡ଼ିଆ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.