ଜର୍ମାନିରେ “ମେଡ ଇନ ଇଣ୍ଡିଆ ଆଲୁମିନିୟମ” ଚାମ୍ପିୟନ ହେଲା ବେଦାନ୍ତ

ଜର୍ମାନିର ଡ୍ୟୁସେଲଡଫ ଠାରେ ଆଲୁମିନିୟମ ୨୦୨୨ ବାଣିଜ୍ୟ ମେଳାରେ ନିଜର ଉପସ୍ଥିତି ଜାହିର କଲା ବେଦାନ୍ତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜର୍ମାନିର ଡ୍ୟୁସେଲଡଫ ଠାରେ ଅନୁଷ୍ଠିତ ‘ଆଲୁମିନିୟମ ୨୦୨୨’ ବିଶ୍ବ ବାଣିଜ୍ୟ ମେଳାରେ ଭାରତର ସର୍ବ ବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ‘ମେଡ଼ ଇନ ଇଣ୍ଡିଆ ଆଲୁମିନିୟମ’ ଚାମ୍ପିୟନ ହୋଇଛି । କଂପାନି ହଲ ନଂ ୬, ବୁଥ ନଂ ୬୪ଡି୫, ଏହାର ଟପ ଅଫ ଲାଇନ ଉତ୍ପାଦ ପୋର୍ଟଫୋଲିଓ ପ୍ରଦର୍ଶନ ଓ ବିଶ୍ବ ଗ୍ରାହକଙ୍କ ପାଇଁ ଏହାର ଉତ୍କର୍ଷ ପ୍ରଦର୍ଶନ କରିଥିଲା ।

ଆଲୁମିନିୟମର ଭାରତର ସର୍ବ ବୃହତ ଉତ୍ପାଦକ ଭାବରେ ଆମର ଉତ୍ପାଦନ କ୍ଷମତା ଓ ଏହାର ପୋର୍ଟପୋଲିଓ ବିଶ୍ଵ ପାଇଁ ଭାରତରେ ତିଆରି ଉତ୍ପାଦ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ। ପ୍ରଚଳିତ ଓ ସମ୍ଭାବ୍ୟ ପ୍ରଯୁକ୍ତବିଦ୍ୟରେ ଏହାର ଭବିଷ୍ୟତର ବ୍ୟାପକତାକୁ ଦୃଷ୍ଟି ଦେଇ ଆଗାମୀ ଦଶନ୍ଧିରେ ଆଲୁମିନିୟମ ଦୁନିଆର ଏହା ସର୍ବାଧିକ ବିନିଯୋଗ ହେଉଥିବା ଧାତୁରେ ପରିଣତ ହେବ । ଆମେ ବେଦାନ୍ତ ଆଲୁମିନିୟମରେ ଭବିଷ୍ୟତର ଧାତୁ ମାଧ୍ୟମରେ ଆମର ଗ୍ରାହକ ଓ ଦେଶ ପାଇଁ ନିରନ୍ତର ଅଭିବୃଦ୍ଧି ଆଣିବା ଲକ୍ଷ୍ୟରେ ଅଛୁ । ଏହା ଆମକୁ ଆମ ସଂପତିର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାକୁ, ନବ ସୃଜନ କ୍ଷମତାକୁ ଗଭୀର କରିବାକୁ, ବିଶ୍ଵ ଭାଗିଦାରୀ ବୃଦ୍ଧି କରିବାକୁ ଓ ସଳ୍ପ କାର୍ବନଯୁକ୍ତ ଉଚ୍ଚ ସ୍ତରୀୟ ଉତ୍ପାଦ ପ୍ରସ୍ତୁତି ପାଇଁ ସୁଯୋଗ ଦେବ ବୋଲି ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ ଲିମିଟେଡ କହିଛନ୍ତି ।

ପ୍ରାରମ୍ଭ ପରଠାରୁ ବେଦାନ୍ତ ଆଲୁମିନିୟମ ଜାତୀୟ ବିକାଶର ଚାମ୍ପିୟନ ହୋଇ ଆସିଛି ଓ ଭାରତକୁ ଆଲୁମିନିୟମର ପାଓ୍ବାର ହାଉସ ହେବାର ଗୌରବ ପ୍ରଦାନ କରିଛି । ଏହି ର ୨.୩ ମିଲିୟନ ଟନ ଆଲୁମିନିୟମ ସ୍ମେଲଟିଂ ଦକ୍ଷତା ରହିଛି । ଏହା ବିବିଧ ଆରେ ଉତ୍ପାଦନ କରିଥାଏ । ମାନକ ଓ କଷ୍ଟୋମାଇଜଡ ଆଲୁମିନିୟମ ଉତ୍ପାଦ ଗୁଡ଼ିକର ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲୋଏଜ, ତାର ରଡ, ପ୍ରସ୍ତୁତ ଉତ୍ପାଦ ଓ ପ୍ରାଥମିକ ଆଲୁମିନିୟମ ଇନଗଟକୁ ପ୍ରସ୍ତୁତ କରିଥାଏ ।

କମ୍ପାନି ଗରୁତ୍ବପୂର୍ଣ୍ଣ ଗ୍ରାହକଙ୍କ ପାଇଁ ସଳ୍ପ କାର୍ବନଯୁକ୍ତ ଆଲୁମିନିୟମ ବ୍ରାଣ୍ଡେଡ ରେଷ୍ଟାରା ଯୋଗାଉଥିବା ପ୍ରଥମ ଭାରତୀୟ କଂପାନି ଅଟେ । ଏହା ଅଧିନରେ କଂପାନି ଦୁଇଟି ଉତ୍ପାଦ ଲାଇନ ପ୍ରଦାନ କରେ- ରେଷ୍ଟୋରା (କମ ଅଙ୍ଗାରକାମ୍ଳ) ଓ ରେଷ୍ଟାରା ଅଲଟ୍ରା (ଅଲଟ୍ରା ଲୋ କାର୍ବନଯୁକ୍ତ) । ଏହାର ଗ୍ରୀନ ହାଉସ ତୀବ୍ରତା ନିମ୍ନ ଅଙ୍ଗାରକାମ୍ଳ ଆଲୁମିନିୟମର ବିଶ୍ୱସନୀୟତା ବିଶ୍ବସ୍ତରୀୟ ସୀମା ଠାରୁ କମ ଅଟେ ।

କମ୍ପାନର ଉତ୍ପାଦ ଅଟୋମୋବାଇଲ, ନିର୍ମାଣ, ବୈଦ୍ୟୁତିକ, ଉପଭୋକ୍ତା ସାମଗ୍ରୀ ଓ ପ୍ୟାକେଜିଂ, ସନରାଇଜ ସେକ୍ଟର ଯଥା ବୈଦ୍ୟୁତିକ ଯାନ ଏବଂ ଅକ୍ଷୟ ଶକ୍ତି/ସୌର ଶକ୍ତି, ତଥା ଏରୋସ୍ପେଶ ସହ ଉଚ୍ଚ ବୈଷୟିକ କ୍ଷେତ୍ର ଗୁଡ଼ିକରେ ପ୍ରୟୋଗ କରାଯାଇଥାଏ । ବିଶ୍ୱସ୍ତରରେ ପ୍ରାୟ ୫୦ଟି ଦେଶରେ ଏହାର ଉତ୍ପାଦ ପରିସେବା ଜାରୀ ରହିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ବ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ମ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.