ଅବକାରୀ ବିଭାଗର ଚଢ଼ାଉ, ବେଆଇନ ମଦ କାରବାରରେ ୨  ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଆମପାଣି ଗ୍ରାମର ଦୁଇଟି ସ୍ଥାନରେ ଚଢାଉ କରି ନକଲି ଓ ସାଧାରଣ ବିଦେଶୀ ମଦ ପ୍ରାୟ ୧୯ ଲିଟରରୁ ଉର୍ଦ୍ଧ ଜବତ କରାଯାଇଛି । ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଆମପାଣିର ଯୋଗେଶ ରୋହିଲା ଓ ରୁଷିମଣୀ ଶଗଡିଆ । ଏମାନେ ଦିର୍ଘ ଦିନରୁ ନିଜ ନିଜ ଦୋକନାରେ ବେଆଇନ ଭାବରେ ବିଦେଶୀ ମଦ ବିକ୍ରୀ କରିଆସୁଥିବା ଖବରପାଇ ଧର୍ମଗଡ ଅବକାରୀ ନିରୀକ୍ଷକ ଲଲିତ ମୋହନ ମିଶ୍ରଙ୍କ ନେତୃତ୍ତ୍ୱରେ ଦୁଇଟି ସ୍ଥାନରେ ଚଢଉ କରାଯାଇଥିଲା । ଚଢାଉରେ ରୁଷିମଣୀ ଶଗଡିଆଙ୍କ ଠାରୁ ୫ ଲିଟର ନକଲି ବିଦେଶୀ ମଦ ଓ ୪.୧୪୦ ଲିଟର ସାଧାରଣ ମଦ ଜବତ କରାଯାଇଥିବା ବେଳେ ଯୋଗେଶ ରୋହିଲାଙ୍କ ଠାରୁ ୧୦ ଲିଟର ବିଦେଶୀ ମଦ ଜବତ କରଯାଇଥିଲା । ଘଟଣାରେ ଯୋଗେଶ ଓ ରୁଷିମଣୀଙ୍କୁ ଗିରଫ କରାଯାଇ କୋର୍ଟ ଚାଳାଣ କରାଯାଇଥିବା ଧର୍ମଗଡ ଅବକାରୀ ନିରୀକ୍ଷକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଚଢାଉରେ ଜୟପାଟଣା ଅବକାରୀ ଇନ୍ସପେକ୍ଟର ବାଣୀ ସୁନାଙ୍କ ସମେତ ଧର୍ମଗଡ ଓ ଜୟପାଟଣା ଅବକାରୀ ବିଭାଗର ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.