ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଟିମରୁ ଓହରିଲେ ବୁମରାହ


ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଯଶ୍ରପୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ବୁମରାହ ପିଠି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହେବାକୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ପିିଠି ସମସ୍ୟା ଯୋଗୁ ଏସିଆ କପ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବୁମରାହ ଖେଳି ନ ଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସେ ଦଳକୁ ଫେରିଥିଲେ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ତେବେ ସେ ସମ୍ପୂର୍ଣ୍ଣ ଫିଟ ନ ଥିବା ବେଳେ ତାଙ୍କୁ ଏଥିପାଇଁ କାହିଁକି ଚୟନ କରାଗଲା ସେ ନେଇ ପ୍ରଶ୍ନ ଉଠିଛି । ବୁମରାହଙ୍କ ଅନୁପସ୍ଥିତି ପରୋକ୍ଷରେ ମହମ୍ମଦ ସାମୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ସେ ଏବେ ରିଜର୍ଭ ଖେଳାଳି ଭାବେ ଦଳରେ ଅଛନ୍ତି । ବୁମରାହଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇ ନାହିଁ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ । ରିଜର୍ଭ ଖେଳାଳି: ମହମ୍ମଦ ସାମୀ, ଶ୍ରେୟାଶ ଆୟାର, ରବି ବିଶ୍ନୋଇ ଓ ଦୀପକ ଚାହର ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.