ଦେବୀ ଦୁଆରସେନୀଙ୍କ ଛତର ଓ ଡେଙ୍ଗସର୍ଗି ଯାତ୍ରା

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗାଁରେ ମା ଦୁଆରସେନୀଙ୍କ ଛତର ଯାତ୍ରା ତଥା ଡେଙ୍ଗସର୍ଗି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା ଦ୍ଵାରସେନି ବର ବେଶରେ ସୁର୍ଡା ଠାରୁ କାନର୍ଲା ଯାଇ ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ କନର୍ଲା ଗାଁର ଝିଅକୁ ବିବାହ କରି ନିଜ ଆସ୍ଥାନକୁ ଫେରିଥିଲେ । ମାଙ୍କ ମୁଖ୍ୟ ପୂଜକ ଦୂଳମଣୀ ମଝିଙ୍କ ସମେତ କିର୍ତ୍ତନ ଛତ୍ରିଆ, ଆତ୍ମାରାମ ମାଝି, ହଳନ୍ତ ମାଝି, କମେଶ୍ୱର ବଗର୍ତ୍ତି, ପ୍ରଭାକର ମଝି, ସୁଜନ ମଝି, ମାଧବ ଭାଟି, କପୁର୍ଚ୍ଚନ ଭୋଇ, କାର୍ତ୍ତିକ ବଛା, ଗୋବର୍ଦ୍ଧନ ମଝି, ବୁଡୁ ମଝି ପ୍ରମୁଖ ମାଙ୍କ ସେବାକରି ଡେଙ୍ଗ ସର୍ଗୀ ଯାତ୍ରାରେ ଯାଇଥିଲେ ‌। ତତ୍ ସହିତ ସୁର୍ଡା ଗ୍ରାମର ମା ଦ୍ୱାରସେନି କମିଟିର ସମସ୍ତ ସଦସ୍ୟ ଯାତ୍ରାରେ ସାମିଲ ହୋଇଥିଲେ । ସିନ୍ଧେକେଲା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଏହି ଯାତ୍ରାରେ ମହାଗାଁ, କଡୋପଦ, ଆଲାଣ୍ଡା, ଠେମେରା, ସିଲାଣ୍ଡ ତଥା ଅନେକ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ ହୋଇ ମାଙ୍କ ଦର୍ଶନ କରିଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ମାଙ୍କ ବନ୍ଦାପନା ହୋଇଥିଲା । ସମସ୍ତେ ମାଙ୍କୁ ଖୁସି କରିବାପାଇଁ ଗୁରୁ ମାରିଥିଲେ । ଏହି ଗୁରୁ ମାର ପର୍ବରେ ମୁରଲୀ ବଗର୍ତ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ସମସ୍ତ ଗ୍ରାମର ଶ୍ରଦ୍ଧାଳୁ ମଧ୍ୟ ଗୁରୁ ମାରି ଖୁସିରେ ନାଚିଥିଲେ । ଘଣ୍ଟ, ଶଙ୍ଖ, ଘୁମୁରା ପ୍ରମୁଖ ପାରମ୍ପରିକ ବାଦ୍ୟରେ ସୁର୍ଡ଼ା ଗ୍ରାମ କମ୍ପି ଉଠିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.